STORYMIRROR

Snigdha Nayak

Romance

4  

Snigdha Nayak

Romance

ମରୀଚିକା

ମରୀଚିକା

1 min
411

ସପନ ରାଇଜେ ଭସାଇ ନିଜକୁ

ଦେଖିଥିଲି ସ୍ବପ୍ନଟିଏ

ଖୋଲା ଚକ୍ଷୁରେ

ତୁମକୁ ନେଇ ତୁମରି ସାଥିରେ ।।


ମୁଁ କି ଜାଣିଥିଲି

ପାଣି ଫୋଟକା ପରି ଫାଟିଯିବ ସବୁ

ମରୁଭୂମିର ମରୀଚିକା ପରି ଲିଭିଯିବ ସବୁ ।।


ଦୁଖପୀଡାର ମୂର୍ଚ୍ଛନାରେ

ଭାଙ୍ଗି ପଡ଼ିଥିଲି ଯେବେ

ଗଭୀର ଜଳ ଭାଗେ

ହୃଦୟ ହ୍ରଦ ମଧ୍ୟ ଭାଗେ

ଅଜଣା ନୋୖକା ଟିଏ ପରି

କାହିଁ କେତେ ବାଟପରେ

ହଠାତ ଉଭାହେଲ ମୋ ଆଗରେ ।।


ମନ ଚାହିଁଥିଲା

ମୁକ୍ତଆକାଶ ବିହଗ ଟିଏ ପରି

ଡେଣା ମେଲାଇ ତୁମରି ସାଥିରେ

ଉଡିଯିବାକୁ ଦୁରଦୁରାନ୍ତରକୁ

ପୁନେଇଁ ଜହ୍ନ ଆଲୁଅରେ

ଶୀତଳ ମୃଦୁ ପବନରେ

ନିଜକୁ ତୁମରି ସାଥିରେ ହଜାଇ ଦେବାକୁ ।।


ହୃଦୟ ଚାହିଁଥିଲା ତୁମ ହୃଦୟରେ

କୋଠା ଟିଏ ତୋଳି ବାସ କରିବାକୁ

କଠୋର ଏ ମାୟାପୁର୍ଣ ସଂସାର

ତା'ମାୟାର କରାମତି ରେ

ଆଗେଇବାକୁ ନ ଦେଇ

ସବୁ କିଛି ଶେଷ କରି ସାରିଥିଲା ।।


ନିଶବ୍ଦ ମୋ ହୃଦୟ

ନିଶବଦ୍ଦତା ଭିତରେ

କେତେବେଳେ ଯେ ତା'ଅସ୍ତିତ୍ବ ହରାଇ ସାରିଥିଲା

ଅତୀତର ସମସ୍ତ ସ୍ମୃତି

ନିବୁଜ ପଲକରେ

ଆସି ରହି ଯାଇଥିଲା ।।


ରହସ୍ୟମୟୀ ଅତୀତ

ନା ଆଗେଇବାକୁ ଦେଲା

ନା ଭୁଲିବାକୁ ଦେଲା

ସବୁକିଛି ରହିଗଲା

ମରୁଭୂମି ର ମରୀଚିକା ହୋଇ

ଲିଭିଗଲା ସବୁକିଛି ପାଣିଫୋଟକା ପରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance