ମରୀଚିକା କୁ ଗନ୍ତବ୍ୟ ଭାବି ? -
ମରୀଚିକା କୁ ଗନ୍ତବ୍ୟ ଭାବି ? -
ମରୁଭୂମିର ବାଲିରେ ଦୌଡ଼ି ଦୌଡ଼ି ଚାଲେ ସନ୍ଧାନ ପାଇବାକୁ ମରୀଚିକାର,
ପହିଲି ସୁରୁଜ କିରଣ ଆଗଚ୍ଛନ୍ତେ ସୃଷ୍ଟି ହୁଏ ମନେ ଅନେକ ଉନ୍ମାଦନା ଆସର,
ମରୀଚିକା ସ୍ଥାନ ଲାଗେ ବିସ୍ତୃତ ବିସ୍ମୟକର ସତେ ଉପସ୍ଥିତି ତା ଅନତିଦୂର ,
ନିଦାଘ ଗ୍ରୀଷ୍ମ ପଳାସ ବନେ ବାସ ରଜନୀଗନ୍ଧାର ।।
- - - - ୧
ତାକୁ ଦେଖି ପାଇବାକୁ ହୃଦୟ ସାଗରେ ଉତାଳ ଜୁଆର ,
କୂଳ ଡେଇଁବାକୁ ଊର୍ମି ତାର ସଦା ଉଛୁର ,
ପୁଣି ଆଖିରେ ଭରିଛି ଅସୁମାରୀ ସ୍ୱପ୍ନର ଆସର ,
ପଥଭ୍ରଷ୍ଟ ପଥିକ ରୂପେ ଧାବମାନ ଦେହେ ଅନେକ ପ୍ରଶ୍ନର ଜୁଆର ।। - - - ୨
କିନ୍ତୁ ! ମରୀଚିକା କୁ ଭାବି ଗନ୍ତବ୍ୟ ସ୍ଥଳ ,
ଅନେକ ଦୌଡ଼ି ଦୌଡ଼ି ଆଜି ନିଶ୍ଚେଜ ନିଶ୍ଚଳ ,
ଆଜି କର୍ମ କଶନେ ଜର୍ଜରିତ ନିଷ୍ପେସିତ ପୁଣି ଦୁର୍ବଳ ,
ମୃଗତୃଷ୍ଣା ପଛେ ଦୌଡ଼ି ଶୋଷ ବଢି ବଢି ସରିଗଲା ଜୀବନ କାଳ ।। - - - ୩
ଗୋଲାପ ତୋଳିବା ପ୍ରୟାସେ ଆଜି ତା କଣ୍ଟାରେ ରକ୍ତାକ୍ତ ,
ଅବାସ୍ତବ ପଛେ ଦୌଡ଼ି ଆଜି ଦୁର୍ବଳ ଫୁଙ୍ଗୁଳା ପୁଣି ନିଷ୍ପେସିତ ,
ଆଜି ବୟସର ଅପରାହ୍ନରେ କ୍ଷତାକ୍ତ ପୀଡିତ ,
ମୃଗତୃଷ୍ଣା ପାଇବା ଆସେ ଅନେକ ମର୍ମେ ଯେ ଜର୍ଜରିତ ।। - - - ୪
ଅବାସ୍ତବ କୁ ବାସ୍ତବ ଭାବି ମନେ ଅନେକ ବେଦନା ,
ନୟନ ବାରିଧିରେ ଆଜି ଅଗ୍ନି ଲୋତକ ଧାର ଅଟକେନା ,
ତଥାପି ମରୀଚିକା କୁ ବାସ୍ତବ ଭାବିକି କହି ହୁଏନା ,
ମରୀଚିକା କୁ ଗନ୍ତବ୍ୟ ଭାବିବା ସତେ ଅନେକ ଯନ୍ତ୍ରଣା ।। - - - ୫