STORYMIRROR

Kabiratna Nutan Kumar Behera

Tragedy Fantasy

4  

Kabiratna Nutan Kumar Behera

Tragedy Fantasy

ମୃଗତୃଷ୍ଣା

ମୃଗତୃଷ୍ଣା

1 min
373

କାନକୁ ଶୁଭେ ନାହିଁ

ତାର ପାଦ ଶବ୍ଦ 

ଆଖି ଆଗେ ନାଚୁଥାଏ,

ଅନବରତ ଆସେ

ଭାବନାର ରଙ୍ଗୀନ ଅଲୁଅରେ 

ସେ କାମନାର ମୃଗତୃଷ୍ଣା

ମନ ସାଥେ ଲୁଚକାଳି

ଅବିରତ ଖେଳେ।

ଅହେତୁକ ଆକର୍ଷଣ ତାର

କରେ ବିବଶ

ଟାଣିନିଏ ଦୃଷ୍ଟିଶକ୍ତି

ଅନୁସରଣ କରିବାକୁ

ଆବେଗତା ଧାଇଁ ଯାଏ,

ଅଦୃଶ୍ୟ ମଧ୍ୟରେ

ହେଉଥାଏ ଦୃଶ୍ୟମାନ

ହାତ ବଢ଼ାଇ ହୁଏନା ଧରି

ତଥାପି ତାର ପଶ୍ଚାତଧାବନ

ପ୍ରାଣମୂର୍ଚ୍ଛା କରିବାକୁ ଥାଏ।

ଆଶାରେ ସେ ଥରକୁ ଥର

ଝଲସି ଉଠୁଥାଏ

ଯେତେ ଦୂର ଗଲେ ବି

ପହଞ୍ଚି ହୁଏନା ତା' ପାଖରେ

ଯଦିଓ ଛୁଇଁଲା ଛୁଇଁଲା

ପରି ଲାଗୁଥାଏ,

ଦିଗ୍ ବଳୟ ଯେତେଯେତେ

ଆଗକୁ ଆଗକୁ

ଅପସରି ଯାଉଥାଏ

ସେ ସେତିକି ସେତିକି

ପାଖରୁ ଘୁଞ୍ଚି ଘୁଞ୍ଚି ଦୂରକୁ ଯାଏ।

ଜୀବନ ମରୁରେ 

ଏ ଅବାସ୍ତବ ପ୍ରତିଛବି

ଭ୍ରମ ସୃଷ୍ଟି କରି

ତୃଷ୍ଣାକୁ ବଢ଼ାଇ ଦିଏ,

ଅବୁଝା ମନ ଅନିୟନ୍ତ୍ରିତ

ବୁଝେନା କିମିଆଁ ତାର

ଉତ୍ତପ୍ତ ବାଲୁକା ଶେଯରେ

ଶୂନ୍ୟତାକୁ ଜାବୁଡି

ଖାଲି ଛଟପଟ ହେଉଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy