STORYMIRROR

Binodini Dash

Inspirational

3  

Binodini Dash

Inspirational

ମୋତେ ମିଳି ଗଲା

ମୋତେ ମିଳି ଗଲା

1 min
181

ଦୁନିଆ ଦାଣ୍ଡରେ ଅନାଥ ଭାବରେ

ବୁଲୁଥିଲି କେତେ ଦୁଃଖେ

ଦିଅଁଙ୍କ ଅପାର କରୁଣାର ଝର

ରଖାଇଲା ମୋତେ ସୁଖେ

ଯେଉଁ ଦିନ ଆଶ୍ବାସି

ସହୃଦୟ କେହି ମମତା ଝରାଇ

ମଥାକୁ ଦେଲେ ଆଉଁସି

ମୋତେ ମିଳିଗଲା ଯେତେ ଖୁସି ।


ଏତେ ମିଠା ବୋଲି ଜାଣି ମୁଁ ନଥିଲି

ପିତାମାତା ପ୍ରେମ ସତେ

ସେନେହ ଆଶିଷେ ଅଭୟ ପରଶେ

ଯତନେ ସାଇତି ମୋତେ

ମନେ ଭରି ସାହସ

ଦୃଢ଼ କରି ହିଆ କରାଇଲେ ଠିଆ

ହରି ନେଇ ଅବଶୋଷ

ହେଲି ଗଣିତ ଜଣେ ମଣିଷ ।


ଧନ ମାନ ଯଶ ବୁଣଇ ହରଷ

ସମାଜରେ ପ୍ରତିପତ୍ତି

ଅତୀତ ବିସ୍ମରି ପଥ ଅନୁସରି

ସୁକର୍ମରେ ରଖି ମତି

ହେବି ଭଲ ମଣିଷ

ଜୀବନ୍ତ ଦେବତା ସେହି ପିତାମାତା

ଢାଳୁଥିବେ ରେ ଆଶିଷ

ତାଙ୍କ ମୁଖେ ଭରୁଥିବି ହସ ।


ପାଳି ମୋର କର୍ମ ସୁପୁତ୍ରର ଧର୍ମ

ଥିବି ପଦେ ଅନୁରାଗୀ

ସେବୁଥିବି ନିତି ବହି ମନେ ପ୍ରୀତି

ନ ପଡି଼ବି କେବେ ଥକି

ପାଳିତ ପୁତ୍ର ମୁହିଁ

ଏହି ଭାବ କେବେ ଛୁଇଁବାକୁ ଲବେ

ତାଙ୍କ ମନେ ଦେବି ନାହିଁ

ଥିବି ଉତ୍ତମରେ ଗଣା ହୋଇ ।


ପିତୃମାତୃ ଋଣ ଶୁଝିବାକୁ ମନ

ଥିଲେ ବି କେ ପାରେ ନାହିଁ

ତାହା ଏ ମରତେ ଏତେ ଗରୁ ସତେ

ଉଠାଇ ବି ନ ହୁଅଇ

ବିବେକାନୁମୋଦନେ

କେବଳ ଜଣେ ହିଁ ଭାରକୁ ଭଠାଇ

ପାରଇ ଭକତି ମନେ

ସେବା ଧ୍ୟାନେ ରହି ପ୍ରତିକ୍ଷଣେ ।


Rate this content
Log in

Similar oriya poem from Inspirational