Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Classics Children

4  

ବି. ନିରୁପମା

Action Classics Children

ମୋଡ଼ିଦେବି ତୋର କାନ

ମୋଡ଼ିଦେବି ତୋର କାନ

1 min
498


ଠୁକୁ ଠୁକୁ ହୋଇ ଚାଲୁଛୁ ଧନ,

ମୋହି ନେଉଅଛୁ ସବୁରି ମନ

ଛପି ଯାଉଅଛୁ କେଣେ

ତୋତେ କିଏ ଏଠି ଦେଖୁଛି ବୋଲିକି

ଲେଉଟି ଚାହୁଁଛୁ ଏଣେ ।


ଗୋପପୁର ସାରା ପଡ଼ୁଛି ହୁରି,

କରୁଛୁ ତୁ କାଳେ ଲବଣୀ ଚୋରି

ସଙ୍ଗେ ଘେନି ତୋର ସାଥୀ

ତୋ ନାଆଁରେ କେତେ ଅଭିଯୋଗ ଆସେ

ଆମରି ଘରକୁ ନିତି ।


କୋଳରେ ବସାଇ ସରାଗେ ଅତି,

ସର, ଲବଣୀ ମୁଁ ଖୁଆଏ ନିତି

ଥୁଉ ଥୁଉ କରି ଧାଉଁ

ସଖାଙ୍କ ଗହଣେ ମିଶି ଧୂଳି ଖେଳୁ

ଦାଣ୍ଡରେ ତୁ ଚାହୁଁ ଚାହୁଁ ।


ତୋ ଉପରେ ଥାଏ ନଜର ରଖି,

କାଳେ କି ସଙ୍କଟ ଆସି ଯିବକି

କେତେବେଳେ ଯାଉ କହ

ମୋ ରଙ୍କୁଣୀଧନ ମାଆ ମାଆ କହି

ଡାକୁଥାଉ ଅହରହ ।


ଏତେ କଥା ମୁହିଁ ପାରେନା ବୁଝି

ଅଭିଯୋଗ ଯଦି ଆସିବ ଆଜି

ମୋଡ଼ିଦେବି ତୋର କାନ

ପିତାଙ୍କ ଆଗରେ କହିଦେବି ସବୁ

ଥାଆ ତେଣୁ ସାବଧାନ ।


Rate this content
Log in