ମୋର ପ୍ରିୟ ସାଥୀ
ମୋର ପ୍ରିୟ ସାଥୀ
ମୋର ଅଫେରା ବାଟ ର ସାଥୀ ।
ମୁଁ ଖୋଜୁଥାଏ ତାଙ୍କୁ ଦିନ ରାତି ।
ସେ ସବୁବେଳେ ଅନ୍ୟ କୁ ହସାଏ ।
ନିଜ ଦୁଃଖ କୁ ସେ ଭୁଲି ଯାଏ ।
ଗୁରୁ ଙ୍କ ମନକୁ ବୁଝିପାରୁ ଥାଏ ।
ଯେମିତି ମୁଁ ଶିକ୍ଷକ ଙ୍କୁ ଚିହ୍ନି ଥାଏ ।
ତା ସାଙ୍ଗରେ ମିଶିଲେ ଭଲ ଲାଗୁଥିଲା ।
ତା ସହ ହସିଲେ ଖୁସି ଲାଗୁଥିଲା ।
କେତେ ସ୍ବପ୍ନ ତାର ମନରେ ନେଇ ।
ଅଧା ବାଟ ରୁ ଛାଡ଼ି ଗଲା ଅଶୃବାରି ସେ ଦେଇ ।
ତାଙ୍କ ସୁକର୍ମ ପାଇଁ ଈଶ୍ୱର ତାଙ୍କୁ ।
ନେଇ ଗଲେ ନିଜ କୋଳ କୁ ।
ଭଗବାନ ଙ୍କ ଚରଣ ରେ ମୀନତି ମୋର ।
ତାଙ୍କୁ ଶାନ୍ତି ମୁକ୍ତି ଦିଅନ୍ତୁ ଈଶ୍ୱର ।
ସ୍ଵର୍ଗ ଲୋକ ରେ ସେ ଅବସ୍ଥାନ କରି ।
ମର୍ତ୍ତ୍ୟ ରେ ଦେଇଗଲେ ଅଶୃ ର ବାରି ।
ଗୁରୁ ଙ୍କ ର ଥିଲେ ସେ ପ୍ରିୟ ଶିଷ୍ୟ ।
ତେଣୁ ଗୁରୁ ଙ୍କ ମନରେ ଦୁଃଖ ଅଶେଷ ।
ସେ ସବୁବେଳେ ରହିବେ ଆମ ହୃଦୟ ରେ ।
ତାଙ୍କୁ ମୁଁ ଦେଖି ଥାଏ ତାରା ମଧ୍ୟରେ ।
ସେ ତାରା କୁ ଦେଖିଲେ ମନେପଡେ ତାଙ୍କ କଥା ।
ଯାହାକୁ ଗଢ଼ିଛନ୍ତି ସ୍ବୟଂ ବିଧାତା ।
ତାଙ୍କ ସ୍ମୃତି ସବୁ ମନରେ ସାଇତି ।
ଖୋଜୁଥାଏ ତାଙ୍କୁ ମୁଁ ଦିନ ରାତି ।
ଅଧା ବାଟରେ ଛାଡି ସମସ୍ତ ଙ୍କୁ ।
ଚାଲି ଗଲେ ଈଶ୍ୱର ଙ୍କ ଚରଣ କୁ ।
ସେ ଚାଲିଗଲେ ଛାଡ଼ି ସମସ୍ତ ଙ୍କୁ ।
କଷ୍ଟ ଲାଗୁଛି ସମସ୍ତ ଙ୍କ ମନକୁ ।
କାରଣ ସେ ଥିଲେ ପ୍ରକୃତ ବନ୍ଧୁ ।
ପ୍ରକୃତ ଶିଷ୍ୟ ଓ ବାପା ମାଙ୍କ ନୟନ ର ଚକ୍ଷୁ ।
ତାଙ୍କ ସବୁ କଥା କୁ କରି ମୁଁ ସ୍ମୃତି ।
ଭାଳି ଥାଏ ତାଙ୍କୁ ମୁଁ ଦିନ ରାତି ।
ସେ ହେଉଛନ୍ତି ମୋର ଅଫେରା ବାଟ ର ପ୍ରିୟ ସାଥୀ ।