ମୋର ପ୍ରିୟ ସାଥୀ
ମୋର ପ୍ରିୟ ସାଥୀ


ମୋର ଅଫେରା ବାଟର ସାଥୀ
ମୁଁ ଖୋଜୁ ଥାଏ ତାକୁ ଦିନ ରାତି।
ସେ ସବୁବେଳେ ଅନ୍ୟକୁ ହସାଏ
ନିଜ ଦୁଃଖ କୁ ସେ ଭୁଲି ଯାଏ।
ଗୁରୁ ଙ୍କ ମନ କୁ ବୁଝିପାରୁ ଥାଏ
ଯେମିତି ମୁଁ ଶିକ୍ଷକଙ୍କୁ ଚିହ୍ନି ଥାଏ।
ତା ସାଙ୍ଗରେ ମିଶିଲେ ଭଲ ଲାଗୁଥିଲା
ତା ସହ ହସିଲେ ଖୁସି ଲାଗୁଥିଲା।
କେତେ ସ୍ବପ୍ନ ତାର ମନରେ ନେଇ। ଅଧାବାଟ ରୁ ଛାଡ଼ି ଗଲା ଅଶୃବାରି ସେ ଦେଇ। ତାଙ୍କ ସୁକର୍ମ ପାଇଁ ଈଶ୍ୱର ତାଙ୍କୁ। ନେଇ ଗଲେ ନିଜ କୋଳ କୁ। ଭଗବାନ ଙ୍କ ଚରଣ ରେ ମୀନତି ମୋର। ତାଙ୍କୁ ଶାନ୍ତି ମୁକ୍ତି ଦିଅନ୍ତୁ ଈଶ୍ୱର।
ସ୍ୱର୍ଗଲୋକରେ ଅବସ୍ଥାନ କରି । ମର୍ତ୍ତ୍ୟ ରେ ଦେଇଗଲେ ଅଶୃ ର ବାରି। ଗୁରୁ ଙ୍କ ର ଥିଲେ ସେ ପ୍ରିୟ ଶିଷ୍ୟ। ତେଣୁ ଗୁରୁ ଙ୍କ ମନରେ ଦୁଃଖ ଅଶେଷ। ସେବୁବେଳେ ରହିବେ ଆମ ହୃଦୟ ରେ। ତାଙ୍କୁ ମୁଁ ଦେଖି ଥାଏ ତାରା ମଧ୍ୟରେ। ସେ ତାରା କୁ ଦେଖିଲେ ମନେପଡେ ତାଙ୍କ କଥା। ଯାହାକୁ ଗଢ଼ିଛନ୍ତି ସ୍ବୟଂ ବିଧାତା।
ତାର ସ୍ମୁତି ସବୁ ମନରେ ସାଇତି
ଖୋଜୁଥାଏ ତାଂକୁ ବସି ଦିନ ରାତି।
ଅଧାବାଟରେ ଛାଡ଼ି ସମସ୍ତଙ୍କୁ
ଚାଲିଗଲା ଈଶ୍ୱରଙ୍କ ଚରଣକୁ।
ସେ ଚାଲିଗଲା ଛାଡ଼ି ସମସ୍ତଙ୍କୁ
କଷ୍ଟ ଲାଗୁଛି ସମସ୍ତଙ୍କ ମନକୁ।
କାରଣ ସେ ଥିଲା ପ୍ରକୃତ ବନ୍ଧୁ ,
ପ୍ରକୃତ ଶିଷ୍ୟ,ଓ ବାପା ମାଙ୍କ ନୟନର ଚକ୍ଷୁ ।
ତାଙ୍କ ସବୁ କଥାକୁ କରି ମୁଁ ସ୍ମୃତି
ଭାଳି ଥାଏ ତାକୁ ମୁଁ ଦିନ ରାତି
ସେ ହେଉଛନ୍ତି ମୋ ଅଫେରା ବାଟ ର ପ୍ରିୟ ସାଥୀ।