ମୋର ପ୍ରିୟ ସାଥୀ
ମୋର ପ୍ରିୟ ସାଥୀ
ମୋର ଅଫେରା ବାଟର ସାଥୀ
ମୁଁ ଖୋଜୁ ଥାଏ ତାକୁ ଦିନ ରାତି।
ସେ ସବୁବେଳେ ଅନ୍ୟକୁ ହସାଏ
ନିଜ ଦୁଃଖ କୁ ସେ ଭୁଲି ଯାଏ।
ଗୁରୁ ଙ୍କ ମନ୍ଦିର କୁ ବୁଝିପାରୁ ଥାଏ
ଯେମିତି ମୁଁ ଶିକ୍ଷକଙ୍କୁ ଚିହ୍ନି ଥାଏ।
ତା ସାଙ୍ଗରେ ମିଶିଲେ ଭଲ ଲାଗୁଥିଲା
ତା ସହ ହସିଲେ ଖୁସି ଲାଗୁଥିଲା।
ତାର ସ୍ମୁତି ସବୁ ମନରେ ସାଇତି
ଖୋଜୁଥାଏ ତାଂକୁ ବସି ଦିନ ରାତି।
ଅଧାବାଟରେ ଛାଡ଼ି ସମସ୍ତଙ୍କୁ
ଚାଲିଗଲା ଈଶ୍ୱରଙ୍କ ଚରଣକୁ।
ସେ ଚାଲିଗଲା ଛାଡ଼ି ସମସ୍ତଙ୍କୁ
କଷ୍ଟ ଲାଗୁଛି ସମସ୍ତଙ୍କ ମନକୁ।
କାରଣ ସେ ଥିଲା ପ୍ରକୃତ ବନ୍ଧୁ ,
ପ୍ରକୃତ ଶିଷ୍ୟ,ଓ ବାପା ମାଙ୍କ ନୟନର ଚକ୍ଷୁ ।
ତାଙ୍କ ସବୁ କଥାକୁ କରି ମୁଁ ସ୍ମୃତି
ଭାଳି ଥାଏ ତାକୁ ମୁଁ ଦିନ ରାତି
ସେ ହେଉଛନ୍ତି ମୋ ଅଫେରା ବାଟ ର ପ୍ରିୟ ସାଥୀ।
