STORYMIRROR

Yudhisthira Lenka

Inspirational Others

3  

Yudhisthira Lenka

Inspirational Others

ଶରୀରରେ ରାମାୟଣ

ଶରୀରରେ ରାମାୟଣ

1 min
409

ଶରୀରରେ ରାମାୟଣ ଘଟୁଥାଏ ଅନୁକ୍ଷଣ

ଅଯୋଧ୍ୟା ଅଟଇ ଦେହ ଆଉ ପ୍ରାଣ ହନୁମାନ ।।୧।।


ରାମ ଜୀବାତ୍ମା ଅଟନ୍ତି ସୀତା ଦେବୀ ଅଟେ ମନ

ବିବେକ ଲକ୍ଷ୍ମଣ ଅଟଇ ଅହଂକାର ରାବଣ ।।୨।।


ଦଶେନ୍ଦ୍ରିୟରୂପୀ ଦେହ ଅଟେ ଦଶରଥ ଜାଣ

କୌଶଲ୍ୟାଦେବୀ ଅଟନ୍ତି କୁଶଳତାପୂର୍ଣ୍ଣ ଜ୍ଞାନ ।।୩।।


ଦଶେନ୍ଦ୍ରିୟରୂପୀ ରଥକୁ ଯେ କୁଶଳେ ଚଳାଏ

ଶ୍ରୀରାମ ଭଗବାନଙ୍କୁ ସେହି କାଳେ ଜନ୍ମଦିଏ ।।୪।।


ସଂସାର ସମୁଦ୍ରରେ ଖେଳଇ ଜଞ୍ଜାଳ ଲହରୀ

ଅଧ୍ୟାତ୍ମ ଜ୍ଞାନହେବାଟା ଜାଣ ଅଟେ ସିନ୍ଧୁପାରି ।।୫।।


ଲଙ୍କାରାଜ୍ୟ ପ୍ରତୀକ ଅଟଇ ଜାଗତିକ ଭୋଗ

ଭୋଗକରୁଥିବା ବ୍ୟକ୍ତିଲଭେ ନାନା ଭବରୋଗ ।।୬।


ସୀତା(ମନ) ଚୋରିକରେଟି ରାବଣରୂପୀ ଅହଂକାର

ଜୀବାତ୍ମା(ରାମ) ହୁଅନ୍ତିଟି ଅତ୍ୟନ୍ତ ଅଶାନ୍ତ ଅସ୍ଥିର ।।୭।।


ଯଥା ମନ ବିକ୍ଷିପ୍ତ ହୋଇଲେ ଶରୀରରେ ଜାଣ

ଜୀବାତ୍ମାର ଅଶାନ୍ତ ଓ ଅସ୍ଥିରତା ଘଟେ ପୁଣ ।।୮।।


ଜୀବାତ୍ମା(ରାମ) ପହଞ୍ଚି ପାରନ୍ତିନି ସୀତାଙ୍କ ପାଶରେ

ସାହାଯ୍ୟ ଲୋଡନ୍ତି ପ୍ରାଣ ଏବଂ ବିବେକ ସାଙ୍ଗରେ ।। ୯।।


ପ୍ରାଣ ଓ ବିବେକ ଉଭୟଙ୍କ ସାହାଯ୍ୟରେ ଜାଣ

ଏକତ୍ର ହୁଅନ୍ତି ଦେବୀସୀତା ରାମ ବେନି ଜନ ।।୧୦।।


ଅହଂକାରରୂପୀ ରାବଣର ହୁଅଇ ନିଧନ

ଜୀବାତ୍ମା ପୁରୁଷଟି ଚେତନାମୟ ହୁଏ ଜାଣ ।।୧୧।।


ବାସ୍ତବରେ ଶରୀରରେ ଘଟେ ସଦା ରାମାୟଣ

ବିବେକୀ ପୁରୁଷ ପାଶେ ଥାଏ ଏହି ତତ୍ତ୍ୱ ଜ୍ଞାନ ।।୧୨।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational