ଏ ଜାତିକରେ ପ୍ରଣତି
ଏ ଜାତିକରେ ପ୍ରଣତି
ବାଜିଆ କଥା ପଡିଲେ ମନେ
ଥରି ଯାଏରେ ଛାତି
ସେ ଲୋମହର୍ଷଣ ଦିବସ ଥିଲା
ଇତିହାସ ମୁକସାକ୍ଷୀ ।।୨।।
ଡରିଲା ନାହିଁ ଦେଲା ଜବାବ
ହୋଇ ସେ ନିରିଭିକ
ଫିରିଙ୍ଗି ନାଲିଆଖି ଗର୍ଜନ
କରିନଥିଲା ବଶ ।।୨।।
ଫିଟେଇଲା ନାହିଁ ଡଙ୍ଗା ତୁଠରୁ
କରିଲା ନାହିଁ ପାର
ବାର ବରଷ ବାଜିଆ ଆଗେ
ନଇଁ ଯାଏରେ ଶୀର ।।୨।।
ଗୋରା ଜାତି ସହିଲା ନାହିଁ
ଗର୍ଜିଲା ତାର ବନ୍ଧୁକ
ହସିହସି ସେ ଦେଲା ଜୀବନ
ରଖିଲା ଜତିର ଟେକ ।।୨।।
ଗଲାଣି କେତେ ବରଷ ମାସ
ଗଲାଣି ସେ ଯୁଗ ବିତି
ବାଜିଆ ତ୍ୟାଗ ବଳିଦାନ ଆଗେ
ମୁଣ୍ଡ ନୂଆଁଇଛି ଏ ଜାତି।।୨।।