STORYMIRROR

sudhakar sethi

Inspirational

3  

sudhakar sethi

Inspirational

ଏ ଜାତିକରେ ପ୍ରଣତି

ଏ ଜାତିକରେ ପ୍ରଣତି

1 min
187


ବାଜିଆ କଥା ପଡିଲେ ମନେ

ଥରି ଯାଏରେ ଛାତି

ସେ ଲୋମହର୍ଷଣ ଦିବସ ଥିଲା

ଇତିହାସ ମୁକସାକ୍ଷୀ ।।୨।।


ଡରିଲା ନାହିଁ ଦେଲା ଜବାବ

ହୋଇ ସେ ନିରିଭିକ

ଫିରିଙ୍ଗି ନାଲିଆଖି ଗର୍ଜନ

କରିନଥିଲା ବଶ ।।୨।।


ଫିଟେଇଲା ନାହିଁ ଡଙ୍ଗା ତୁଠରୁ

କରିଲା ନାହିଁ ପାର

ବାର ବରଷ ବାଜିଆ ଆଗେ

ନଇଁ ଯାଏରେ ଶୀର ।।୨।।


ଗୋରା ଜାତି ସହିଲା ନାହିଁ

ଗର୍ଜିଲା ତାର ବନ୍ଧୁକ

ହସିହସି ସେ ଦେଲା ଜୀବନ

ରଖିଲା ଜତିର ଟେକ ।।୨।।


ଗଲାଣି କେତେ ବରଷ ମାସ

ଗଲାଣି ସେ ଯୁଗ ବିତି

ବାଜିଆ ତ୍ୟାଗ ବଳିଦାନ ଆଗେ

ମୁଣ୍ଡ ନୂଆଁଇଛି ଏ ଜାତି।।୨।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational