ଦୟା କର ଦୟାସାଗର
ଦୟା କର ଦୟାସାଗର
କେତେ ଦୁଃଖ, କଷ୍ଟ ମନରେ ନେଇ
ଆସିଛି ମୁଁ ତମ ପାଖକୁ ଧାଇଁ।
ଏତେ ଦୁଃଖ କଷ୍ଟ କ'ଣ ପାଇଁ
ପାରୁନି ମୁଁ ଆଉ ଜମା ରୁ ସହି।
ଏତେ ଅଶାନ୍ତି ଭାବ କାହିଁକି
ସହି ପାରୁନି ମୁଁ ଆଉ ଦୁଃଖ କତିକି।
ଅସହାୟ ହୋଇ ପଚାରୁଛି ମୁଁ ତମକୁ
ଉତ୍ତର ଦିଅ ଆସିଛି ମୁଁ ତମ ପାଖକୁ।
ହେ କରୁଣାକର ଦୟାକର
ତୁମେ ହି ତ ସାଥୀ ମୋର।
ଦୟାର ସାଗର
ତମେ ହିଁ ତ ଜଗତର ଠାକୁର।