ଦୟା କର ଦୟାସାଗର
ଦୟା କର ଦୟାସାଗର
କେତେ ଦୁଃଖ କଷ୍ଟ ମନରେ ନେଇ ।
ଆସିଛି ମୁଁ ତମ ପାଖକୁ ଧାଇଁ।
ଏତେ ଦୁଃଖ କଷ୍ଟ କ'ଣ ପାଇଁ।
ପାରୁନି ମୁଁ ଆଉ ଜମାରୁ ସହି।
ଏତେ ଅଶାନ୍ତି ଭାବ କାହିଁକି।
ସହିପାରୁନି ମୁଁ ଆଉ ଦୁଃଖ କତିକି।
ଅସହାୟ ହୋଇ ପଚାରୁଛି ମୁଁ ତମକୁ।
ଉତ୍ତର ଦିଅ ଆସିଛି ମୁଁ ତମ ପାଖକୁ।
ସମସ୍ତଙ୍କ ମନରେ ଦିଅ ଶାନ୍ତି।
ଦୂର କରିବା ସମସ୍ତଙ୍କ ଅଶାନ୍ତି।
ଯେତେ ଦୁଃଖ କଷ୍ଟ ଆସୁ ଜୀବନରେ ହସି ହସି ସହି ଯିବି।
ସବୁ ସମସ୍ୟାର ସମାଧାନ ପାଇଁ ବାଟ ମୁଁ ଖୋଜିବି।
ଯେତେ ପରୀକ୍ଷା ନିଅ ପଛେ ସବୁ କିଛି ଦେବି।
କିନ୍ତୁ ଏହି ଅଶାନ୍ତି ଭାବକୁ ସହି ନ ପାରିବି।
ସବୁ ଆଶା ପୁରା କର ଦାନର ବାରିଧି।
କର୍ତ୍ତବ୍ୟ କରିବି ସବୁ ଯାହା ଗଢି ଅଛି ବିଧି।
ଦେଖି ପାରୁନାହିଁ ମୁଁ ମାଙ୍କ ଦୁଃଖ କଷ୍ଟ ଅଶେଷ।
ଦୟା କରି ପ୍ରଭୁ ତୁମେ କର ଦୁଃଖ ନାଶ।
କେତେ ଆଶା କରି ମୁଁ ଆସିଛି ତମ ପାଖକୁ।
ଦୟା କରି ପ୍ରଭୁ କର ତମ କର୍ତ୍ତବ୍ୟକୁ।
ହେ କରୁଣାକର ଦୟାକର।
ତୁମେ ହି ତ ସାଥୀ ମୋର।
ଦୟାର ସାଗର।
ତମେ ହିଁ ତ ଜଗତର ଠାକୁର।
