STORYMIRROR

Papu parida

Inspirational Others

3  

Papu parida

Inspirational Others

ଭାବୁଥିଲି ବସି ଏକା ନିରଳାରେ

ଭାବୁଥିଲି ବସି ଏକା ନିରଳାରେ

1 min
236


ହୋଇଯାଆନ୍ତି କି ମୁଁ ଗଛଟିଏ

ଫଳଫୁଲଛାଇ ଯିଏ ଆମକୁ ଦିଏ।

କାହାପାଇଁ କାଠ କାହାପାଇଁ ଜାଳ

ହୋଇଯାଆନ୍ତା ମୋ ଜୀବନ ସଫଳ ।


ଭାବୁଥିଲି ବସି ଏକା ନିରଳାରେ


ହୋଇଯାଆନ୍ତି କି ମୁଁ ରାସ୍ତାଟିଏ

ଗନ୍ତବ୍ୟସ୍ଥଳରେ ଯେ ଆମକୁ ପହଞ୍ଚାଏ ।

ଘାତ ପ୍ରତିଘାତ ସବୁ ସହିଯାଇ

ପହଁଞ୍ଚାନ୍ତି ସଭିଙ୍କୁ ଲକ୍ଷସ୍ଥଳେ ନେଇ ।


ଭାବୁଥିଲି ବସି ଏକା ନିରଳାରେ


ହୋଇଯାଆନ୍ତି କି ମୁଁ ଦୀପଟିଏ

ନିଜେ ଜଳି ଯିଏ ଅନ୍ୟକୁ ଆଲୋକଦିଏ।

ଜଳି ଜଳି ପଛେ ପାଉଁଶ ହୁଅନ୍ତି

କୁସଂସ୍କାରର ଅନ୍ଧାରକୁ ଦୁରେଇ ଦିଅନ୍ତି।


ଭାବୁଥିଲି ବସି ଏକା ନିରଳାରେ


ହୋଇଯାଆନ୍ତି କୁ ମୁଁ କଲମଟିଏ

ଜ୍ଞାନକୁ ରୂପଦେବାରେ ସହାୟ ଯେ ହୁଏ।

ଅନ୍ୟାୟ ଅନୀତିସବୁକୁ ଉପାଡିଦିଅନ୍ତି ମୋ ଗାରେ

ଜ୍ଞାନର ସୀମାକୁ ପହଞ୍ଚାନ୍ତି ମୁଁ ସଭିଙ୍କ ପାଖରେ।


ଭାବୁଥିଲି ବସି ଏକା ନିରଳାରେ


ହୋଇଯାଆନ୍ତି କି ମୁଁ ଭଅଁରଟିଏ

ସଂସାରରେ ଖାଦ୍ୟର ସୃଷ୍ଟି ଯେ କରାଏ।

ବୁଲି ବୁଲି ଯାଇ ମୁଁ ବିଶ୍ୱସାରା

ବିଛାଇ ଦିଅନ୍ତି ଜ୍ଞାନର ପସରା।


ଭାବୁଥିଲି ବସି ଏକା ନିରଳାରେ


ହୋଇଯାଆନ୍ତି କି ମୁଁ ବହିଟିଏ

ଜ୍ଞାନର ମହକ ଭର୍ତ୍ତି ଯେଉଁଥିରେ ଥାଏ।

ଜ୍ଞାନର ଆଲୋକ ସଭିଙ୍କୁ ଯୋଗାଇ

ଉତ୍ସର୍ଗ ହୁଅନ୍ତି ଲୋକଙ୍କୁ ଶିକ୍ଷିତ କରାଇବାପାଇଁ।


ଭାବୁଥିଲି ବସି ଏକା ନିରଳାରେ


ହୋଇଯାଆନ୍ତି କି ମୁଁ ପୋଖରୀଟିଏ

ଅସଂଖ୍ୟ ଜୀବଙ୍କୁ ଆଶ୍ରୟ ଯେ ଦିଏ।

ଅନ୍ୟର ମଇଳା ନିଜ ଭିତରକୁ ନେଇ

ସ୍ୱଚ୍ଛ ସମାଜ ମୁଁ ଦିଅନ୍ତି ଗଢ଼େଇ।


ଭାବୁଥିଲି ବସି ଏକା ନିରଳାରେ


ହୋଇଯାଆନ୍ତି କି ମୁଁ ତୁଳିଟିଏ

ମନର ଭାବକୁ କାଗଜରେ ପ୍ରକାଶ ଯେ କରାଏ

ବିଶାଳ ଦୁନିଆର କ୍ଷୁଦ୍ର ପରିଧିରେ

ଉତାରିଦିଅନ୍ତି ସବୁକୁ କାଗଜ ଉପରେ।


ଭାବୁଥିଲି ବସି ଏକା ନିରଳାରେ


ହୋଇଯାଆନ୍ତି କି ମୁଁ ପାହାଚଟିଏ

ମନୁଷ୍ୟକୁ ଉଚ୍ଚତାରେ ଯେ ପହଞ୍ଚାଏ

ନିଜ ଜାଗାରେ ମୁଁ ସ୍ଥିରଭାବେ ରହି

ଦିଅନ୍ତି ସଭିଙ୍କୁ ଆଗକୁ ବଢ଼ାଇ।


ଭାବୁଥିଲି ବସି ଏକା ନିରଳାରେ


ହୋଇଯାଆନ୍ତି କି ମୁଁ ଘରଟିଏ

ଆମ ପରିବାରକୁ ଆଶ୍ରୟ ଯେ ଦିଏ।

ଖରା ବର୍ଷା ଶୀତ ସବୁ ସହିଯାଇ

ଛିଡ଼ାହୋଇଥାନ୍ତି କେବଳ ଲୋକଙ୍କ ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational