STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ପବନ ହିଁ ଅଟେ ସ୍ପନ୍ଦନ

ପବନ ହିଁ ଅଟେ ସ୍ପନ୍ଦନ

1 min
186

ହାଡ଼ ମାଉଁସରେ ତିଆରି ଶରୀର    

ଶରୀରେ ଜୀବନ ଅଛି

ଜୀବନ କହିଲେ ପବନ ର ଖେଳ

        ପବନ ହିଁ ସବୁକିଛି ।


ପବନ ଚାଲିଲେ ଜୀବନ ଚାଲିବ

ଲୋଭ ମୋହ ମାୟା ଧରି

ପବନ ଯେବେ ସ୍ଥିର ହୋଇଜିବ

    ଲୋଭ ମୋହ ଯିବ ସରି ।


ପବନ ବିନା ଶରୀର ନିସ୍ତେଜ

ହାଡ଼ ମାଉଁସ ବେକାର

ହାଡ଼ ମାଉଁସ ପଚି ସଢି ଯିବ

       ଶରୀର ହେବ ବେକାର ।


ପବନର ଖେଳ ପବନର ତାଳ

ପବନ ତାଳରେ ଜୀବନ

ପବନେ ଜୀବନ ପବନେ ମରଣ

       ପବନ ହିଁ ଅଟେ ସ୍ପନ୍ଦନ ।


Rate this content
Log in

Similar oriya poem from Inspirational