STORYMIRROR

Anita Dash

Inspirational

3  

Anita Dash

Inspirational

ଆସିବ ସୁଦିନ

ଆସିବ ସୁଦିନ

1 min
217


ସମସ୍ୟା ବର୍ଷାରେ ଭିଜେ ଦାଦନ ବାସ୍ତବ

ଆଶା ଇନ୍ଦ୍ରଧନୁ ଢାଳେ ଖୁସିର ଆଲୋକ।


ଦୁଇ ଓଳି ଦୁଇ ମୁଠା ପେଟ ପୁରା ଅନ୍ନ

ଦେହ ଲଜ୍ଜା ଢାଙ୍କିବାକୁ ଦି ହଳ ବସନ

ମୁଣ୍ଡ ଗୁଞ୍ଜିବାକୁ ଲୋଡ଼ା ଖଣ୍ଡେ ବାସ ସ୍ଥାନ

ଦେହ ଧରି ବଂଚିବାର ନିମ୍ନ ପ୍ରୟୋଜନ ।


ରୋଜଗାର ଛଡାଇଲା କରୋନାର କାଳ

ପ୍ରବାସ ଛାଡି ଆସିଲୁ ଭିଟାମାଟି କୋଳ

ସରକାରଙ୍କ ଦାଦନ ଭତ୍ତାର ସମ୍ବଳ

ଚାହୁଁ ଚାହୁଁ କଟିଗଲା ମାସାଧିକ କାଳ ।


ପିଲା ଛୁଆ ସଂଗେ ଥିଲି ପ୍ରବାସେ ଆସୀନ

ଇନ୍ଦିରା ଆବାସ ବିପିଏଲ ଭତ୍ତା ଶୂନ

ଚାହିଦା ମେଣ୍ଟାଇବାକୁ ମିଳୁନି ସଂସ୍ଥାନ

ପେଟ ପାଟଣାର ଚିନ୍ତା ହେଲାଣି ବିଷମ।


ଏ ପାଖରେ ଭିଡି ଧରେ ଭିଟାମାଟି ମୋହ

ଆର ପାଖେ କଣ୍ଠାଗ୍ରତ ବଂଚିବା ପ୍ରତୟ

ରତିଏ ନିଶ୍ୱାସେ ବନ୍ଧା ପ୍ରାଣର ସମୟ

ଜୀବନର ଆଗେ ସବୁ ମୂଲ୍ୟହୀନ ପ୍ରାୟ।


କେତେ ସାଥି ଭାଇ ପୁଣି ଫେରନ୍ତି ପ୍ରବାସ

ଗୃହବନ୍ଦୀ ଅନ୍ତେ, ଭୁଲି ଅତୀତର ଦୁଃଖ

ମୁଁ କିନ୍ତୁ ଯିବିନି ଛାଡି ଭିଟାମାଟି ସୁଖ

ଲୋଡ଼ା ନାହିଁ ମୋର ପୁନର୍ମୂଷିକର ଯୋଗ ।


ଖଳା-ବାରି ସଫା କରି କରିଛି ଫସଲ

ତାଜା ପରିବା ଶାଗରେ ହସୁଛି ମୋ ବିଲ

ପରିବାର ଖର୍ଚ୍ଚ ଯାଇ ଗୁଜୁରାଣ ପାଇଁ

ପାରିବି ଦୁଇ ପଇସା ସଂଚୟ ହାତେଇ ।


ସରକାର ଯୋଗାଇବେ କରମ ସଂସ୍ଥାନ

ନୂତନ ଯୋଜନା ମାନ ହୁଏ ଉନ୍ମୋଚନ

ବଢି ରୋଜଗାର ଧନ, ହଟିବ ଦାଦନ

ଆଶା ଜାଗେ ଭଵିଷ୍ୟତେ ଆସିବ ସୁଦିନ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational