Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Papu parida

Inspirational Others

3  

Papu parida

Inspirational Others

ଜଳ

ଜଳ

1 min
224



ପଞ୍ଚଭୂତ ମଧ୍ୟେ ଶ୍ରେଷ୍ଟ ମହାଭୂତ

ସୃଷ୍ଟିର କାରକ ସେ ଜଳ ସମ୍ପଦ।


         ଜଳ ହିଁ ଜୀବନ ଧ୍ଵଂସର କାରଣ

        ମନଦେଇ ସ୍ରୋତା କରହେ ଶ୍ରବଣ।


ପ୍ରକୃତି ମାଆର ଅମୂଲ୍ୟ ଏ ଦାନ

ତା ଲାଗି ଜଗତେ ତିଷ୍ଠିଛି ଜୀବନ ।

                 

        ଅଟେ ସର୍ବବ୍ୟାପୀ ଅଟେ ସେ ସର୍ବତ୍ର

        ତା ମହିମା କଥା ଜାଣେ ଏ ଜଗତ।


ଜଳରୁ ହିଁ ଜାତ ଅରଣ୍ୟ ସମ୍ପଦ

ସବୁଜିମା ଭରା ପୃଥିବୀର ନାଦ।

     

    କେବେ ସେ ଝରଣା କେବେ ସେ ନଦୀଟେ

      ଭିନ୍ନ ଭିନ୍ନ ରୂପେ ପ୍ରକଟ ସବୁଠେ।


ଜଳ ଲାଗି ଆମେ ଜଳ ହିଁ ଜୀବନ 

ନ ବୁଝି ନ ସୁଝି କରୁ ପ୍ରଦୂଷଣ।


        ପ୍ରକୃତି ମାଆର ନକଲେ ସମ୍ମାନ

       ବିଭିନ୍ନ ରୂପରେ ମିଳେ ଯେ ପ୍ରମାଣ।


କେବେ ସାଜି ବନ୍ୟା କେବେ ଯେ ମରୁଡି

ପ୍ରକୃତି ପ୍ରକୋପ ଦେବ ଯେ ଆଜାଡ଼ି।

  

         ଜଳର ମହତ୍ତ୍ୱ ନ ବୁଝିଲେ ନର

        ଜଳହିଁ ଯେ ଦେବ ଉଚିତ ଉତ୍ତର।



Rate this content
Log in

Similar oriya poem from Inspirational