STORYMIRROR

Anirudha Kund

Inspirational

3  

Anirudha Kund

Inspirational

ବାପୁଜୀ

ବାପୁଜୀ

1 min
216


ହେ ବାପୁଜୀ 

ଅର୍ଦ୍ଧ ଲଙ୍ଗଳା ଫକୀର 

କେଉଁ ଆଡେ ଚାଲିଗଲ 

ରାମରାଜ୍ୟ ସପନ ଦେଖେଇ ଦେଇ

  

ହେଲେ ଏଠି

ରାମ ବି ଅସ୍ତିତ୍ବର ଲଢେଇ ଲଢୁଛି

ରାମରାଜ୍ୟ ଆସିବ ବା କାହିଁ


ନୋଟରେ ତୁମ ମୁଣ୍ତ

ଚାରିଆଡେ ଗୋଲ ଚଷମା ଫଟୋ

ସ୍ବଚ୍ଛ ଭାରତର କଥା ଓ

ଗାନ୍ଧିବାଦର ଦ୍ବାହି


ଗଣତନ୍ତ୍ରର ଗରମରେ 

ଗରିବ ଜନତା

 କଳା ମଇଁଷି ଭଳି

ଜଳି ପୋଡି ଯାଉଛି

କୁନି ହାତରେ

 ମୁଠାଏ ଆଶାର ବାଲି

 ଧରିବାକୁ ଚେଷ୍ଟା କରି 

ବାରମ୍ବାର ହାରି ଯାଉଛି


ଆଉ ତୁମ ତିନି ମାଙ୍କଡ

ଆଖି କାନ ପାଟି ଖୋଲି ଦେଇ

ଦୁର୍ନୀତି ଉପରେ ଦୁର୍ନୀତି 

କରି ଚାଲିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational