ଜାଗି ଉଠ ମୋ ଭାରତ ବାସୀ
ଜାଗି ଉଠ ମୋ ଭାରତ ବାସୀ
ଜାଗି ଉଠ ମୋର ହେ ଭାରତ ବାସୀ
ଜାଗି ଉଠ ଜାଗି ଉଠ
କରୋନାର ଏହି ମହା ସଂଗ୍ରାମରେ
ସମସ୍ତେ କର ଶପଥ
ମହା ଶକ୍ତିକୁ ଯେ ଆହ୍ବାନ କରିବା
ଜଳାଇ ସମସ୍ତେ ଦୀପ
ଏପ୍ରେଲ ପାଞ୍ଚ ଦିନ ରାତି ନଅ ରେ
କରିବା ଯେ ପ୍ରାୟଶ୍ଚିତ
ଏକସ୍ବର ଦେଇ ଡାକିବା ସମସ୍ତେ
ଧ୍ଯାନମଗ୍ନ ହୋଇ ସବୁ
ବିଶ୍ବ ବିପତ୍ତିରୁ ଉଦ୍ଧାର କରିବେ
ଆସି ସେଇ ମହା ପ୍ରଭୁ
ଦଇବି ଶକ୍ତିକୁ ଦେଖିବ ଯେ ପୁଣି
ଏ ସାରା ବିଶ୍ବ ଜଗତ
ଭାରତର ଏଇ ଦିବ୍ଯ ଶକ୍ତି ଆଗେ
ବିଶ୍ବ ହେବ ନତମସ୍ତ
କରୋନା ହାରିବ ଭାରତ ବର୍ଷରେ
ଜିତିବା ସମସ୍ତେ ଆମେ
ସୁସ୍ଥ ପରିବେଶ ପାଇ ଯେ ସମସ୍ତେ
ରହିବା ଖୁସିର ମନେ ।
