STORYMIRROR

Jagabandhu Sahu

Inspirational Others

3  

Jagabandhu Sahu

Inspirational Others

ଜାଗି ଉଠ ମୋ ଭାରତ ବାସୀ

ଜାଗି ଉଠ ମୋ ଭାରତ ବାସୀ

1 min
221

ଜାଗି ଉଠ ମୋର ହେ ଭାରତ ବାସୀ

     ଜାଗି ଉଠ ଜାଗି ଉଠ

କରୋନାର ଏହି  ମହା ସଂଗ୍ରାମରେ

    ସମସ୍ତେ କର ଶପଥ

ମହା ଶକ୍ତିକୁ ଯେ  ଆହ୍ବାନ କରିବା

    ଜଳାଇ ସମସ୍ତେ ଦୀପ

ଏପ୍ରେଲ ପାଞ୍ଚ ଦିନ ରାତି ନଅ ରେ

     କରିବା ଯେ ପ୍ରାୟଶ୍ଚିତ

ଏକସ୍ବର ଦେଇ   ଡାକିବା ସମସ୍ତେ

     ଧ୍ଯାନମଗ୍ନ ହୋଇ ସବୁ

ବିଶ୍ବ ବିପତ୍ତିରୁ    ଉଦ୍ଧାର କରିବେ

     ଆସି ସେଇ ମହା ପ୍ରଭୁ

ଦଇବି ଶକ୍ତିକୁ  ଦେଖିବ ଯେ ପୁଣି

    ଏ ସାରା ବିଶ୍ବ ଜଗତ

ଭାରତର ଏଇ  ଦିବ୍ଯ ଶକ୍ତି ଆଗେ

     ବିଶ୍ବ ହେବ ନତମସ୍ତ

କରୋନା ହାରିବ ଭାରତ ବର୍ଷରେ

    ଜିତିବା ସମସ୍ତେ ଆମେ

ସୁସ୍ଥ ପରିବେଶ ପାଇ ଯେ ସମସ୍ତେ

   ରହିବା ଖୁସିର ମନେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational