Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

GAGAN KUMAR DASH

Inspirational

3  

GAGAN KUMAR DASH

Inspirational

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

1 min
197



ଶେଷ ନିଷ୍ପତ୍ତି ରେ ରାମ ଗଲେ ବନେ

ପାଳି ପିତୃ ସତ୍ୟ ଧର୍ମ,

ରଘୁବଂଶ କୀର୍ତ୍ତି ଆଜି ବି ଅକ୍ଷୁର୍ଣ୍ଣ

ପାଳିଲେ ନିଜ ସ୍ବ କର୍ମ ।


ଶେଷ ନିଷ୍ପତ୍ତି ରେ ଭରତ ରହିଲେ

ସିଂହାସନ ତ୍ୟାଗ କରି,

ରାମଚନ୍ଦ୍ରଙ୍କର ପାଦୁକା ପୂଜିଣ 

ରଖିଲେ ବଂଶର ଶିରି ।


ଭାତୃ ଭକ୍ତି ପାଇଁ ସୁମିତ୍ରା ନନ୍ଦନ

ଅନିଦ୍ରା ଅଖିଆ ହୋଇ,

ଚଉଦ ବରଷ ଚାହିଁ ରହିଥିଲେ

ପାଟିରେ ଅନ୍ନ ନ ନେଇ ।


ରାବଣ ନିଷ୍ପତ୍ତି ମାରିବ ଶ୍ରୀରାମ

ସୀତାଙ୍କୁ ହରଣ କରି,

ଏ ଗୁଢ ରହସ୍ୟ ଜାଣିଥିଲା ସିଏ

ମାରିବେ ନିଶ୍ଚିତ ହରି ।


ଶେଷ ନିଷ୍ପତ୍ତି ମୋ ଫେରିବି ନାହିଁ ମୁଁ

ଶୁଣ ଆହେ ରଘୁରାଣ,

ପ୍ରାଣ ଥାଉ ଥାଉ ମରୁଅଛି ମୁହିଁ

ଯାଉଛି ମାତୃ ଭୂବନ ।


ସତୀ ସୀତାଙ୍କର ଶେଷ ନିଷ୍ପତ୍ତି ରେ

ପୃଥ୍ବୀ ହେଲା ଦୁଇ ଫାଳ,

ହସି ହସି ମାତା ପ୍ରବେଶ କରିଲେ

ପାଇଲେ ମାଆଙ୍କ କୋଳ ।


ଜୟବିଜୟ କୁ ଋଷି ଅଭିଶାପ

ଅବଶ୍ୟ ମର୍ତ୍ତୈ ଫଳିଲା,

ଶେଷ ନିଷ୍ପତ୍ତି ରେ ଭଗବାନ ବିଷ୍ଣୁ

ଅବତାରଣା ହୋଇଲା ।


ପ୍ରହଲ୍ଲାଦ ଶିଶୁ ଶେଷ ନିଷ୍ପତ୍ତି ଯେ

ଦେଖାଇବ ଭଗବାନ,

ଖମ୍ବରୁ ବାହାରି ପ୍ରଭୁ ଭଗବାନ

ମାରିଲେ ପାପୀ ହିରଣ୍ୟ ।


ଏପରି ନିଷ୍ପତ୍ତି ନିଅ ହେ ଜୀବନେ

ସଂସାର ସୁଖି ହୋଇବ,

ନିଷ୍ପତ୍ତି ରେ ତୁମେ ଅଟଳ ରହିଲେ

କାର୍ଯ୍ୟ ସମ୍ପାଦନ ହେବ ।


ଆସ ମୋର ବନ୍ଧୁ ଆସ ସହୋଦର

ଆସ ହେ ଭାରତବାସୀ,

ଅନ୍ତିମ ନିଷ୍ପତ୍ତି ଦେଶ ସେବା ହେଉ

ଜୀବନ ହୋଇବ ଖୁସି ।


ଜୀବନରେ ଆମେ ନିଷ୍ପତ୍ତି ନ ନେଲେ

କାର୍ଯ୍ୟ ସିଦ୍ଧି ହୁଏ ନାହିଁ,

ନିଜ ନିଷ୍ପତ୍ତି ରେ ଅଟଳ ରହିଲେ

ଆନନ୍ଦ ହୁଅନ୍ତି ସାଇଁ ।


(ତିରିଶ ଦିନରେ ତିରିଶ କବିତାର ଆଜି ସମାପ୍ତ । ଧନ୍ୟବାଦ ଷ୍ଟୋରିମିରର)


Rate this content
Log in

Similar oriya poem from Inspirational