STORYMIRROR

Satyabati Swain

Inspirational Others

3  

Satyabati Swain

Inspirational Others

ବୃକ୍ଷ ରୋପଣ

ବୃକ୍ଷ ରୋପଣ

1 min
214


କିଏ କାନ୍ଦୁଥିଲା ବାରିପଡେ

ମୁଁ କାନ ଡେରି ଡେରି ଗଲି

କଇଁ କଇଁ କାନ୍ଦୁଥିଲା ସେ

ନିଜକୁ ସମୂଳେ ନିଃଶେଷ କରି।


ମୁହଁ ମାଡି ପଡିଥିଲା ତଳେ ସିଏ

ଶ୍ରୀହିଁନ ଖଣ୍ଡିଆ ଖାବରା ଦେହ

ପଚାରିଲି ଧନ କିଏ ସେ ନିଷ୍ଠୁର

ତୋର ଏ ଦୁର୍ଦ୍ଦଶା କରିଲା କହ?


ଖନେଇ ଖନେଇ କହିଲା ବାବୁ

ମୋ ବଂଶ ବୁନିଆଦି ଆଜୀବନ

ସେବା ଧରମର ଏହି ଫଳ ମିଳେ 

ମୁଁ ଏକା କେହି ନାହିଁ ମୋ ନିଜ ଜନ।


ଫୁଲ ଦେଲି ପୂଜା ସଜା ଖୁସି ପାଇଁ

ପେଟପୂଜା ପାଇଁ ଦେଲି ମିଠା ଫଳ

କାଠ ଦେଲି ଘର ଓ ଘରଦ୍ରବ୍ୟ କର

ଅମ୍ଳଜାନ ବହେ ତୁମ ଦେହ ଭିତର।


ରୋଗରୁ ରକ୍ଷା କଲି ଔଷଧ ଦେଇ

ବର୍ଷା କରାଏ,ମାଟି କ୍ଷୟ ରୋକେ

ମୋ ଦାରୁରେ ଦିଅଁ ଗଢ଼ା ହୁଅନ୍ତି

ଜାଳ କରି ମୋତେ ରାନ୍ଧନ୍ତି ଲୋକେ।


ଖାଦ୍ୟ,ବସ୍ତ୍ର,ବାସ,ଜଳ,ଦେଲି

ପ୍ରଦୂଷଣ ବାୟୁ ବିଶୁଦ୍ଧ କଲି

ସାଜସଜ୍ଜା ଘରକରଣା ଯେତେ

ଲୋକଙ୍କ ହିତେ ସଦା ଲାଗିଲି।


ହେଲେ ଅବିବେକୀ ଏ ମଣିଷଜାତି

ମୋତେ କାଟି କଂକ୍ରିଟ ଜଙ୍ଗଲ ଭରେ

ଟିକେ ଦୟା ନାହିଁ ନିଷ୍ଠୁର ମଣିଷ ହୃଦେ

ନ ରଖି ମୋ ବଂଶଅଂଶ ଲୋପ କରେ।


ମୁଁ ଟିକେ କଅଁଳେଇ କହିଲି ତରୁକୁ

କାନ୍ଦେନା ଲୋ ସୁନାମୁହିଁ ଶୁଣୁ ତୁ ତ

ଆଜିଠାରୁ ତୋ ଆଗେ କରୁଛି ଶପଥ

ବୃକ୍ଷ ରୋପଣ କରିବି ତ୍ରି ବାର ସତ୍ୟ।


ପ୍ରକୃତି ବନ୍ଧୁ ମିତ୍ର ହୋଇବି ନିଶ୍ଚେ

ଖାଲି ଯାଗା ଦେଖି ବୃକ୍ଷ ପୋତିବି

ବୃକ୍ଷଟିଏ ପୋତି ଦେବି କଥା ଦେଉଛି

ସମସ୍ତେ ଏପରି ନିଶ୍ଚିନ୍ତ କରନ୍ତୁ କହିବି।


ଆସ ମୋର ସାଙ୍ଗ ସାଥୀ ହୋଇ ମେଳ

ସୁଧୁରି ଯିବା ଥାଉ ଥାଉ ମରିବା ବେଳ

ବୃକ୍ଷରୋପଣ କରିବା ସର୍ବେ ମିଳିମିଶି

ବୃକ୍ଷହିଁ ଜୀବନ ନେବା ଯତ୍ନ ତାହର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational