STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଖୁସିରେ ରହିବ ସଂସାରେ

ଖୁସିରେ ରହିବ ସଂସାରେ

1 min
176

ବନ୍ଧୁଟିଏ ଲୋଡ଼ା ଜୀବନ ପଥରେ     

ହସଖୁସି ହେବା ପାଇଁ

ଜୀବନରେ ଯଦି ଭଲ ବନ୍ଧୁ ନାହିଁ

     ଜୀବନର ମାନେ ନାହିଁ ।


ସୁଖରେ ଦୁଃଖରେ ଯିଏ ଛିଡ଼ା ହୁଏ

ସିଏ ହିଁ ପ୍ରକୃତ ବନ୍ଧୁ

ଜୀବନେ ଜୀବନ ଯିଏ ହୋଇଥାଏ

       ସେହିଁ ଜୀବନ ବନ୍ଧୁ ।


ସମ୍ପର୍କରେ ଯିଏ ନିଜ ସ୍ୱାର୍ଥ ଦେଖେ

ତାକୁ ବନ୍ଧୁ କୁହାଯାଏନା

ବନ୍ଧୁ ଯିଏ ସିଏ ଯାହାର ପାଖରେ

      ସ୍ୱାର୍ଥ ବୋଲି କିଛି ରୁହେନା ।


ଭଲ ବନ୍ଧୁଟିଏ ଜୀବନେ ମିଳିଲେ

ଜୀବନ ସରଳ ହୁଏ

ଦୁଃଖ ସମୟ ବି ସୁଖ ହୋଇଯାଏ

      ବନ୍ଧୁ ଯେବେ ପାଖେ ଥାଏ ।


ଭଲ ବନ୍ଧୁଟିଏ ସହଜେ ମିଳିବ

ଯଦି, ନିଜେ ଭଲ ବନ୍ଧୁ ହୋଇବ

ନିଜେ ଯଦି ଭଲ ବନ୍ଧୁ ହୋଇଗଲ

    ଭଲ ବନ୍ଧୁ ଅଭାବ ନ ହୋଇବ ।


ବନ୍ଧୁର ମୂଲ୍ୟ ଯିଏ ବୁଝିଥାଏ

ସେ ହିଁ ପ୍ରକୃତ ବନ୍ଧୁ

ବନ୍ଧୁ ହିଁ ଜୀବନ ବନ୍ଧୁ ହିଁ ସପନ

       ବନ୍ଧୁ ହିଁ କରୁଣା ସିନ୍ଧୁ ।


ଆହେ ମୋର ବନ୍ଧୁ ଭଲ ବନ୍ଧୁ ହୁଅ

ଜୀବନର ରଙ୍ଗ ମଞ୍ଚରେ

ସାରା ଜୀବନେ ପୁଷ୍ପ ବୃଷ୍ଟି ହେବ

     ଖୁସିରେ ରହିବ ସଂସାରେ ।


Rate this content
Log in

Similar oriya poem from Inspirational