ମୋର ଚିର ସହଚର
ମୋର ଚିର ସହଚର
କଲମଟି ମୋର ଅତି ଆପଣାର କେହିନୁହେଁ ତା'ର ସରି
ହୋଇଥାଉ ସିଏ ଦୁଇଟଙ୍କିଆ ବା ସୁନା, ରୂପାରେ ତିଆରି l
ହାତରେ ମୋହର ଧରିଲେ ତାହାକୁ ମନେ ଆସିଯାଏ ବଳ
ଦୁଃଖ, ଅବସାଦ ହୋଇଯାଏ ଦୂର ଫେରିଆସେ ଆତ୍ମବଳ l
ମନର ଭାବନା ନିଏ ରୂପରେଖ କବିତା ଓ ଗଳ୍ପ ଲେଖେ
ଲେଖିସାରି ମୁଁ ତ ମୋ ସୃଷ୍ଟି ଭିତରେ ନିଜକୁ ନିଜେ ପରଖେ l
ଅସି ଠାରୁ ମସୀ ଅଟେ ବଳୀୟାନ ବୋଲି ସମସ୍ତଙ୍କୁ ଜଣା
ଦେଶକୁ ସ୍ୱାଧୀନ କରିବାପାଇଁ ସେ ଦେଇଛି କେତେ ପ୍ରେରଣା l
ପରୀକ୍ଷାର ବୈତରଣୀ ପାରିହୁଏ ବିଦ୍ୟାର୍ଥୀ ତାହାର ପାଇଁ
ସେ ହେଲେ ଅସଜ ବୁଡ଼ିଯାଏ ଭେଳା ଭୂଇଁରେ କାନ୍ଦି ଲୋଟଇ l
ଲେଖକ , ଲେଖିକା ଗଢିବାରେ ମୁଖ୍ୟ ଭୂମିକା ନେଇଛି ସେହି
କଲମଟି ମୋର ଚିର ସହଚର ତା'ର ସମ ନାହିଁ କେହି l