Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sourav Jal

Inspirational

4.0  

Sourav Jal

Inspirational

ମୋର ଭାଷା ମୋର ମାଆ

ମୋର ଭାଷା ମୋର ମାଆ

1 min
240



ଓଡ଼ିଆ ଅଟଇ    ମୋର ମାତୃଭାଷା

   ଗରବେ ଛାତି ମୋ ଫୁଲେ

ଭାଷା ରକ୍ଷା ପାଇଁ  କେତେ ଯେ ପୁରୁଷ

    ଚୀର ଅବଦାନ ଦେଲେ ।


କହେ ମୁଁ ଓଡ଼ିଆ   ଲେଖେ ମୁଁ ଓଡ଼ିଆ

   ଓଡ଼ିଆ ମାଟିରେ ଜନ୍ମ

ଓଡ଼ିଆ ରକ୍ଷାର୍ଥେ   ଭାଷାର ପ୍ରସାରେ

   ଏ ଜୀବନ ଯାଉ ମମ ।


ମାଆ ମୋ ଓଡ଼ିଆ   ରକତ ଓଡ଼ିଆ

    ଓଡ଼ିଆ ବଂଶେ ଜୀବନ

ପ୍ରେମରେ ଓଡ଼ିଆ    ସ୍ନେହରେ ଓଡ଼ିଆ

    ମୋ ପ୍ରିୟ ଭାଷା କଥନ ।


ଆମେ ତ ଓଡ଼ିଆ   ସବୁଠୁ ବଢିଆ

    ଓଡ଼ିଆ ମୋ ସ୍ୱାଭିମାନ

ଓଡ଼ିଆ ସ୍ୱାର୍ଥରେ   ମୁଣ୍ଡ ଟେକି ଆମେ

    ରଖିବୁ ଓଡ଼ିଆ ମାନ ।


ମୋ ଭାଷା ମୋ ମାଆ ଚହଟୁ ତା ନାଆ

    ବହୁଭାଷୀ ଜଗତରେ

ଆମେ ହି ଓଡ଼ିଆ   ଭାଷାରେ ସୁନ୍ଦର

    ଉଚ୍ଚ ହେଉ ଯଶ ବାରେ ।


ଓଡ଼ିଆ ପାଇଁ ମୁଁ    ଓଡିଶା ପାଇଁ ମୁଁ

      ହୃଦୟ ରେ ଆନନ୍ଦିତ

ଜନମ ମାଟିର   ଉଚ୍ଚ କୀର୍ତ୍ତି ପାଇଁ

     ଏ ଜୀବନ ସମର୍ପିତ ।


Rate this content
Log in

Similar oriya poem from Inspirational