ମାଆ
ମାଆ
ସରଗୁ ଜଗତେ ପୁଣ୍ୟ ତେଜ ରୂପେ
ଅଟଇ ତୁ ମୋର ମାଆ
ଜନମ ଗଠିତା ଅମୃତ ସରିତା
ଚହଟୁ ବସୁଧେ ନାଆ |
ସପ୍ରେମ ଅନ୍ତରେ ତପନ ଗଗନେ
ବୃହତ ତୋର ମମତା
ତୋ ନିସ୍ଵାର୍ଥ ପ୍ରେମ ପାସୋରିବି ନାହିଁ
ଅଲିଭା ପ୍ରେମ ସଳିତା |
ପ୍ରେମ ଗୁଣ ତୋର ଅନ୍ତରେ ମୋହର
ବାସଇ ଗୋଲାପ ପରି
ଅର୍ପିତ ପରାଣ ପ୍ରେମରେ ସେ ଛିଟା
ଗଢିଲା ତନ ମୋହରି |
ଆଜି ମୁଁ ବୁଝିଲି ପ୍ରେମର ଏ ଅର୍ଥ
ଜାଣିନଥିଲି ଯେ ଏବେ
ତୋହର ମମତା ସ୍ମରଣେ ଅନ୍ତରୁ
ଲୋତକ ଝରାଏ ଏବେ |
ଏ ନିଶ୍ୱାସ ମୋର ତୋର ଅବଦାନ
ଫୁଲକିତ ଆଜି ହେଲା
ମମତା ସେନେହ ପ୍ରେମ ଫୁଲ ତୋର
ଜୀବନେ ଆଜି ଫୁଟିଲା |
ଜନମ ତୁ ଦେଲୁ ପରାଣ ବି ଦେଲୁ
ସରଗ ସୁଖ ତୁ ଦେଲୁ
ଅବୁଝା ଥିଲି ମୁଁ ଅବାଟେ ଥଲି ମୁଁ
କେଡେ ଯେ ପ୍ରେମ କରିଲୁ |