STORYMIRROR

Sunanda Mohanty

Romance Classics Others

3  

Sunanda Mohanty

Romance Classics Others

ମୋକ୍ଷ

ମୋକ୍ଷ

1 min
197


ମନଘର ରୁଦ୍ଧ ଦ୍ୱାରରେ 

କରାଘାତ ଜୋର ଜୋରରେ 

ଚମକିଲି, ପିଲାଥିଲି 

ପ୍ରଜାପତି ପୁଳମତି ନଈ ଝରଣା ସୁଅରେ 

ତାରାଫୁଲ କୁ ଟିକିତାରା କହିବାରେ 

ନଥିଲା ଅନୁଶୋଚନା ମୋରେ 

ପୁଣି ଯେବେ ବଡହେଲି 

ସେହି କରାଘାତ 

କେତେ ଘାତ ପ୍ରତିଘାତ 

ହେଲେ ଚାରିପାଦ ଆଗକୁ ବଢ଼ି 

ପଛକୁ ଚାରିପାଦ 

ଶୃଙ୍ଖଳା ଶାଶନ ଓ ଅନୁଶାସନମାନେ 

ଜୋରରେ ଦୁଆରେ ଆବାଜ ଦେଉଥିଲେ

ଶୁଭୁନଥିଲା ପ୍ରେମର ଫଲଗୁ 

ରୂପର ଜଲସା ଦେଖାଯାଉନଥିଲା 

ଫଗୁଣ ରୁ ରଙ୍ଗ ମନାଥିଲା 

କୋଇଲି ଗୀତରେ ନର୍ତ୍ତକୀ ଛନ୍ଦରେ 

ନୀତି ଅନୀତି ର ପାର୍ଥକ୍ୟ ବି ଥିଲା 

ଆଉ ଏଵେ ଯିଏ ବା ଯେଉଁମାନେ 

କରାଘାତ କରୁଥିଲେ 

ଭୟ କେବେ ହତାସା ନିରାଶା 

ଆତଙ୍କ କେବେ 

କେବେ ପୁଣି ପାଦଶବ୍ଦ ଜଡ଼ସଡ଼ 

ଦୁଆର ଖୋଲି ଦେଖେତ 

ତୁମେ ଚତୁର୍ଦ୍ଧା ମୂରତି ମୋ ଆଗରେ 

ମୋକ୍ଷର ପସରା ହାତରେ 

ଅଦୃଶ୍ୟ ହୋଇଗଲା ପରେ ପରେ 

ମୁଁ ପ୍ରତିଟି ସୁନେଲି ସକାଳେ

 ସୂର୍ଯ୍ୟଙ୍କୁ ଚାହେଁ ଆକୁଳ ନୟନରେ 

ଚଉରାମୂଲେ ପାଣି ଓ ସଞ୍ଜ ଦେଇ 

ରୁଦ୍ଧଦ୍ୱାର ଖୋଲିଦେଇଛି ଏକାଥରେ 

କାଳେ ମିଳିପାରେ 

ବିରହୀଣୀ ସଦା ତୁମକୁ ଝୁରେ 

ଏ ବୟସ ର ସାୟାର୍ହ୍ନରେ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance