STORYMIRROR

Dr. DIPTIMAYEE BEHERA

Tragedy

4  

Dr. DIPTIMAYEE BEHERA

Tragedy

ମୋବାଇଲ ନିଶା

ମୋବାଇଲ ନିଶା

1 min
322

କେଜାଣି ଲୋ ମାଆ ! 

ଏ ଲକ ଡାଉନଟା କୋଉଦିନ ଉଠିବ 

କାମ କରି କରି ଅଣ୍ଟା ବଙ୍କା ହେଲାଣି 

ପୁଣି କେବେ ସଳଖିବ । 


ଦିନୁଟାଏ ଛୁଟି ନଥାଏ କାହାକୁ

ଏବେ ମାସ ମାସ ଛୁଟି ସମସ୍ତଙ୍କୁ

ଟିଭି ଦେଖି ଦେଖି ବରାଦ କରନ୍ତି

ପାଟି ସୁଆଦିଆ ବସି ଖାଆନ୍ତି ।


ମୁରବୀ କହନ୍ତି କି ରୋଷେଇ କଲ

ଛାଟି ପିଟି ହୁଏ ମନ କଲବଲ

କାନ୍ଦି କାନ୍ଦି ଗୋଡ଼ କଚାଡେ ଆସି

ଦୁଃଖ କହିବି କାହା ଆଗେ ବସି ।


ବାପା ମାଆ ମୋର ନିତି ପଚାରନ୍ତି

ମାଆ ରେ ତୁ କଣ କରୁଛୁ

ମୁଁ କହେ ଆଉ କ'ଣ କରିବି

ରାନ୍ଧି ରାନ୍ଧି ଝିଅ ମରୁଛି ।


ଦିନରାତି ଖାଲି କରୁଥାଏ କାମ

ନ ଥାଏ ମୋ ପାଇଁ ଜମା ବିଶ୍ରାମ

ତଥାପି କୁହନ୍ତି କରୁଛୁ କି କାମ

ରାଗ ହେଇଯାଏ ଯିବି କି ଆଶ୍ରମ ।


ରୋଷେଇ ଲକ ଡାଉନ ହୁଅନ୍ତା ଯଦି

ଖୁସି ହୁଅନ୍ତେ ସବୁ ନାରୀ ଜାତି

ସତେ କି ଆସିଲା ଦୁର୍ଦ୍ଦିନ ଦିନ

ଏକଥା ବୁଝନ୍ତେ ପୁରୁଷଗଣ ।


କେତେ ଓଢଣା ଦେଇ

କରିବି କାମ ଏ ଘରେ

ଡ୍ରେସ କାନ୍ଦନ୍ତି ସବୁ ଆଲମାରୀରେ

ଷ୍ଟାଇଲ ଫେସନ ମୋର ଗଲାଣି ସବୁ

ସ୍ୱାମୀ ବୋଲନ୍ତି ପାର୍ଲର ଖୋଲିଲେ

ଟିକେ ମେକପ ହେଇ ଆସିବୁ ।


ଆଖି କାଢ଼ି କାଢ଼ି ଅନାଏ ତାଙ୍କୁ

ବୋଲନ୍ତି ସିଏ

ପୃଥିବୀଟାକୁ କି ଓଲଟାଇ ଦେବୁ 

ସବୁ ସହିଯାଏ ଦାନ୍ତ କାମୁଡି

ନିଜ ଦୋଷ ଆଉ ଭାଗ୍ୟକୁ ଆଦରି ।


ମନ ଖୋଲି କଥା କହିଲି ସୁଜନେ

ରାଗ କରିବ ନାହିଁ କେହି ମନେ

ଝିଅ ଜନମ ତ ରୋଷେଇ ଶାଳକୁ

ଏକଥା ବାକି ଅଛି କ'ଣ ବୁଝିବାକୁ ।


Rate this content
Log in

Similar oriya poem from Tragedy