STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ମୋ ସରକାର

ମୋ ସରକାର

1 min
171

ଏଠି ସେଠି ସବୁଠି ପଡିଛି ହୁରି ଚାଲିଛି ପ୍ରଚାର ପ୍ରସାର

ସବୁଠୁ ସ୍ବଚ୍ଛ ସବୁଠୁ ଦକ୍ଷ ସବୁଠୁ ପାରଙ୍ଗମ ମୋ ସରକାର

ଯହିଁରେ ରାଇଜର ଚାରି କୋଟି ଲୋକେ ସଭିଏଁ ଭାଗୀଦାର

ସଭିଏଁ ମାଲିକ ଏଇ ତ ମହାନ ମହାର୍ଘ ଗଣତନ୍ତ୍ର ଆମର।

ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ଅଟେ ତ ସଭିଙ୍କର

ତେବେ କିଆଁ ପୁଣି ଏଠି ହେଉଛି ଏତେ ପାତର ଅନ୍ତର?

ଭେଣ୍ଡିଆ କର୍ମକୁଣ୍ଠ ପାଉଛି ଘରେ ବସି ବାର୍ଦ୍ଧକ୍ଯ ଭତ୍ତା

ବୁଢାବୁଢୀ ଦାରିଦ୍ର୍ୟରେ ହେଉଛନ୍ତି ହାଟରେ ହଟହଟା।

କେନ୍ଦ୍ରରୁ ଆରମ୍ଭ କରି ରାଜ୍ୟର ଯେତେକ ଯୋଜନା

ତୃଣମୂଳସ୍ତରରେ ସବୁକିଛି ହୁଅଇ କୌଶଳେ ବାଟମାରଣା

ପ୍ରକୃତ ଲାଭାର୍ଥୀର ମୁଣ୍ଡ ତ ରୁହଇ ସଦାସର୍ବଦା ନୁଖୁରା

ତେଲିଆ ମୁଣ୍ଡରେ ବହୁଥାଏ ତେଲର ଅବାରିତ ଧାରା।

ଦେଖା ସୁନ୍ଦର ରୀତିରେ ଚାଲିଛି ପ୍ରଚାର ଜୋରଦାର

ଗୋଲାପି ଚିତ୍ରରେ ରାଇଜ ଯାକର ରାସ୍ତାଘାଟ ଭରପୁର

ବିକାଶର ବାସ୍ତବ ଚିତ୍ର କାହିଁ ପାଇଁ ଦିଶଇ ଧୂସର ପାଣ୍ଡୁର?

ତଥାପି ନିଦାବିଷ୍ଣୁ ନିର୍ବିକାର ନିରୁତ୍ତର ମୋ ସରକାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract