STORYMIRROR

Manas Kumar

Abstract

3  

Manas Kumar

Abstract

ମୋ ସ୍କୁଲ ସାମ୍ନା ର ବାହାଡା ଗଛ

ମୋ ସ୍କୁଲ ସାମ୍ନା ର ବାହାଡା ଗଛ

1 min
389

ଭୁଲି ଯାଉଛେ ଅନେକ କଥା ଯେ 

ଆଉ କିଛି କଥା ମନରେ ରହିଛି 

କିଛି କଥା ପୁଣି ସବୁଦିନ ପାଇଁ 

ହୃଦୟ ରେ ଘର କରିଛି


ପ୍ରିୟ ମୋର କଳିଙ୍ଗ ନଗର ବିଦ୍ୟାଳୟ 

ଆଉ ତା ସାମ୍ନା ର ବାହାଡା ଗଛ ଟି, ଯିଏ ଏବେ ଭି ଠିଆ ହୋଇଛି 

ବହୁ ପୁରୁଣା ବନ୍ଧୁ ଟିଏ ସେ 

ଡାକୁ ଅଛି ସ୍ପର୍ଶ ଟିକେ ପାଇଁ ଏହା ତ ମନେ ହଉଛି


ଜାଣେନା ତାର ଅତୀତ କି ତାର ଇତିହାସ 

କେତେ ଯେ ବସନ୍ତ ଆସେ ଆଉ ଚାଲିଯାଉଛି 

ସବୁ ଝଡ ଆଉ ଝଞ୍ଜା ପିଇ ପିଇ ନିଜ ଭିତରେ 

ଯେପରି ବୟସ ର ଅପରାହ୍ନ ରେ ସେ ଠିଆ ହୋଇଛି


ସ୍କୁଲ ସମୟ ରେ ଶୁଭୁଥିଲା ଦୁଇଟି ଘଂଟା ର ଶବଦ 

ମନେ ପଡେ ସ୍କୁଲ ର ଘଣ୍ଟି ଏବେ ଭି ବାଜୁଛି 

ଆଉ ଆରଟି ଥିଲା ସୁନ ପାପଡ଼ି ଵାଲା ର ଘଣ୍ଟି ର ଶବଦ 

ତାକୁ ଟିକେ ଖାଇବାକୁ କେତେ ପୁରୁଣା ଖାତା ବହି ବିକି ମୁଁ ଦେଇଛି


ବନ୍ଧୁ ଟିଏ ମୋର ବାହାଡା ଗଛ ଟି 

ତାର ଫଳ କୁ ପଥରରେ ଛେଚି ମୁଁ ଖାଇଛି 

ମନେ ପଡେ ସେଇ ଦିନ କଥା ଯେବେ 

କେତେ କେତେ କଳା ଚୁରନ ର ମୁଁ ମଜା ଭି ନେଇଛି


ଶୁଣି ଥିଲି ଗଛ ର ମୂଳରେ ହାତୀ ଟିଏ ପୋତା ହେବା ର 

କିନ୍ତୁ ଜାଣେନା କେତେ ସତ୍ୟତା ଏଥିରେ ଯେ ରହିଛି 

ତଥାପି ଗଛ ନୁହେଁ ଯୁଗ ପୁରୁଷ ଅବା ସେ 

ତାକୁ ଦେଖି ଏକ କବିତା ର ନିବେଦନ କରୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract