ମୋ ସ୍କୁଲ ସାମ୍ନା ର ବାହାଡା ଗଛ
ମୋ ସ୍କୁଲ ସାମ୍ନା ର ବାହାଡା ଗଛ
ଭୁଲି ଯାଉଛେ ଅନେକ କଥା ଯେ
ଆଉ କିଛି କଥା ମନରେ ରହିଛି
କିଛି କଥା ପୁଣି ସବୁଦିନ ପାଇଁ
ହୃଦୟ ରେ ଘର କରିଛି
ପ୍ରିୟ ମୋର କଳିଙ୍ଗ ନଗର ବିଦ୍ୟାଳୟ
ଆଉ ତା ସାମ୍ନା ର ବାହାଡା ଗଛ ଟି, ଯିଏ ଏବେ ଭି ଠିଆ ହୋଇଛି
ବହୁ ପୁରୁଣା ବନ୍ଧୁ ଟିଏ ସେ
ଡାକୁ ଅଛି ସ୍ପର୍ଶ ଟିକେ ପାଇଁ ଏହା ତ ମନେ ହଉଛି
ଜାଣେନା ତାର ଅତୀତ କି ତାର ଇତିହାସ
କେତେ ଯେ ବସନ୍ତ ଆସେ ଆଉ ଚାଲିଯାଉଛି
ସବୁ ଝଡ ଆଉ ଝଞ୍ଜା ପିଇ ପିଇ ନିଜ ଭିତରେ
ଯେପରି ବୟସ ର ଅପରାହ୍ନ ରେ ସେ ଠିଆ ହୋଇଛି
ସ୍କୁଲ ସମୟ ରେ ଶୁଭୁଥିଲା ଦୁଇଟି ଘଂଟା ର ଶବଦ
ମନେ ପଡେ ସ୍କୁଲ ର ଘଣ୍ଟି ଏବେ ଭି ବାଜୁଛି
ଆଉ ଆରଟି ଥିଲା ସୁନ ପାପଡ଼ି ଵାଲା ର ଘଣ୍ଟି ର ଶବଦ
ତାକୁ ଟିକେ ଖାଇବାକୁ କେତେ ପୁରୁଣା ଖାତା ବହି ବିକି ମୁଁ ଦେଇଛି
ବନ୍ଧୁ ଟିଏ ମୋର ବାହାଡା ଗଛ ଟି
ତାର ଫଳ କୁ ପଥରରେ ଛେଚି ମୁଁ ଖାଇଛି
ମନେ ପଡେ ସେଇ ଦିନ କଥା ଯେବେ
କେତେ କେତେ କଳା ଚୁରନ ର ମୁଁ ମଜା ଭି ନେଇଛି
ଶୁଣି ଥିଲି ଗଛ ର ମୂଳରେ ହାତୀ ଟିଏ ପୋତା ହେବା ର
କିନ୍ତୁ ଜାଣେନା କେତେ ସତ୍ୟତା ଏଥିରେ ଯେ ରହିଛି
ତଥାପି ଗଛ ନୁହେଁ ଯୁଗ ପୁରୁଷ ଅବା ସେ
ତାକୁ ଦେଖି ଏକ କବିତା ର ନିବେଦନ କରୁଛି
