Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Children

3  

KRUTIBAS NAYAK

Inspirational Children

ମୋ ଶୂନଗାଡ଼ି

ମୋ ଶୂନଗାଡ଼ି

1 min
201



ଗାଡ଼ି ତ ଗାଡ଼ି ଦୁଇଚକିଆ ଆମରି ଶୂନଗାଡ଼ି,

ବସି ପଡ଼ିଲେ ବିନା ତେଲରେ ଆଗକୁ ଯାଏଗଡ଼ି |


ଘଣ୍ଟି ବଜାଇ ଟିଂ ଟିଂ ଟିଂ ଗଡୁଛି ସରସର,

ବ୍ରେକ ଅଛି ଦୁର୍ଘଟଣା କି କାହାକୁ ନାହିଁ ଡର |


ପରିବେଶକୁ ସୁରକ୍ଷା ଦିଏ ନାହିଁ ଧୂଆଁ କି ଧୂଳି,

ବଡ଼ ମଜାରେ ଯାଏ ସେ ଧୀରେ ହେଉ ବଜାର ଗଳି |


ରଖିବା ପାଇଁ ଲୋଡ଼ା ହୁଏନା ଗ୍ୟାରେଜ କି'ବା ଘର,

କାନ୍ଥ ପାଖରେ ଅଳପ ଜାଗା ତା' ପାଇଁ ଦରକାର |


ମରାମତିରେ ବେଶି ପଇସା ଖରଚ ହୁଏନାହିଁ,

ଅଜା ଚଲାନ୍ତି ମଜାରେ ତାକୁ ଆଈ ରହନ୍ତି ଚାହିଁ |


ଦିଦି ଚଲାଏ ସାଇକେଲକୁ ପଛରେ ବସେ ଭାଇ,

ଛକରେ ଯଦି ଲାଗେ କାଦୁଅ ମାଆ ଦିଅନ୍ତି ଧୋଇ |


ଆମରି ପ୍ରିୟ ସାଇକେଲଟି ଚଲାବୁଲାର ସାଥୀ,

ସାଙ୍ଗ ସହିତ ବୁଲିଲେ ଦିନ ମଜାରେ ଯାଏ ବିତି |



Rate this content
Log in

Similar oriya poem from Inspirational