STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

ମୋ ଶୈଶବ

ମୋ ଶୈଶବ

1 min
252

ମଣିଷ ଶିଶୁଟି ଜନ୍ମ ହେବା ଆଗୁ

ନଅମାସ ରହେ ମାତୃ ଗରଭେ,

ସମ୍ପୁର୍ଣ୍ଣ ବିକଶି ହୁଅଇ ଭୂମିଷ୍ଠ

କୁଆଁ କୁଆଁ ରାବ ଦିଏ ଧରାରେ।

ନିର୍ବାଣ କି ମୋକ୍ଷ ପାଇଁ ନୁହେଁ ପରା

କରିବା ପାଇଁକି କିଛି ସତ୍ କର୍ମ,

ଶୈଶବ କୈଶୋର ଯୌବନରେ କରେ

ବାର୍ଦ୍ଧକ୍ୟେ ନେଇଥାଏ ସେ ବିଶ୍ରାମ।

ଶୈଶବେ ଅଜ୍ଞାନ ନ ଜାଣଇ କିଛି

ନିଜ ହସରେ କିଣେ ସର୍ବ ଚିତ୍ତ,

ପ୍ରାରବ୍ଧ କର୍ମର କିଞ୍ଚିତ ଫଳ ଭୋଗେ

ପ୍ରାୟ ହୋଇଥାଏ ଶିଶୁ ଆଦୃତ।

ମିଠା ମିଠା କଥା ଡଉଲ ଡାଉଲ 

ଶରୀର ଦିଶେ ସୁନ୍ଦର,

ଶିଶୁଟି କୃଷ୍ଣ ଭଗବାନଙ୍କ ରୂପେ

ପାଇଥାଏ ସଭିଙ୍କର ଆଦର।

ଛନ୍ଦମାୟା ହୀନ ମନ ଶିଶୁଟିର

ଛଳନା ନ ଥାଏ ମନେ,

ଶୈଶବ ଜୀବନ ଆନନ୍ଦ ଦାୟକ

ଫେରି ଆସିବ କି ଭାବେ ବିଜନେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational