STORYMIRROR

Soumya Shubhadarshinee

Classics

3  

Soumya Shubhadarshinee

Classics

ମୋ ସାହଚର

ମୋ ସାହଚର

1 min
263

ଏମିତି ଏ ପୃଥିବୀରେ 

 ତୋ ଭଳି ସାଥୀଥରେ 

ମିଳିଗଲେ ଏକାନ୍ତରେ

 ଭଲ ଲାଗେ ସବୁବେଳେ 


ରାତି ହେଉ ଅବା ଦିନ 

   ସାଜୁ ହେଇ କେତେ ସ୍ୱପ୍ନ

ମୁହଁ ସଞ୍ଜ ମିଠା କାଳେ 

  ବାସୁ ହେଇ ପ୍ରୀତି ଜହ୍ନ 


ଟାଆଁସିଆ ଖରାବେଳେ 

 ନିଦ ଆସେ ତୋ ଶବ୍ଦ କୋଳେ

ପାଖେ ରହୁ କବିତାରେ

 ଅବା କେବେ ଗପ ଛଳେ

  

 ବିନିଦ୍ର ରାତିର ଦଂଶନରେ 

 ସାଥି ଖୋଜା ମନ ଦେହେ 

ନିଶବ୍ଦ ମୋ ମନ କୋହ 

 ତୋ ଭିତରେ ବୋଧ ହୁଏ 


ତୁ ମେଞ୍ଚେ ଶବ୍ଦ ସମାହାର ନୁହେଁ 

 ଅବଚେତନର କିଛି ଆବେକିକ ଇସ୍ତାହାର

ତୁ କେବଳ ନିର୍ଜୀବ , ନିର୍ଲିପ୍ତ ବହି ଟେ ନୁହେଁ

  ମୋ ଭିତରର ଅଜସ୍ର ଭାବନାର ଧାର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics