Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Mishra

Abstract Inspirational Others

3  

Santosh Mishra

Abstract Inspirational Others

ମୋ ସ୍ୱାଧୀନତା

ମୋ ସ୍ୱାଧୀନତା

1 min
202


ଜନ୍ମ ନେଲା ପରେ 

କାନ୍ଦିକି ଡରାଉ ଥିଲି

ମୋ କାନ୍ଦ

ଦେଇଥିଲା ସ୍ୱାଧୀନତା

ଭାବୁଥିଲି

ସବୁଦିନ ଏମିତି

ଚାଲୁଥିବ

ଛୁଇଁବନି ପରାଧୀନତା I


ସମୟ

ଗଡି ଚାଲିଲା

ମାଆ 

ବାପା

ପରେ ପରେ ଗୁରୁଙ୍କ

ଗାଳି ମାଡ଼ରେ

ସ୍ୱାଧୀନତା କୁ ହରେଇ

ଆପଣେଇ ନେଲି

ପରାଧୀନତା I


ମୁଁ

ସମୟକୁ ହିଁ

ଜଗି ବସିଥିଲି

କେତେବେଳେ ବଡ଼ ହେବି

ବାପା ମାଆ ପରି

ଶାସନ କରିବି I


ହେଲେ,

ସ୍ନେହ, ମୋହ ମାୟାର

ବନ୍ଧନରେ

ବନ୍ଦୀ ହୋଇ ଗଲା

ମୋ ସ୍ୱାଧୀନତା

ବଶୀଭୂତ କରିଦେଲା

ପରାଧୀନତା I


ମାତା ପିତା ଗୁରୁଙ୍କ ପରେ

ଭାଇ ଭଉଣୀ

ସାଙ୍ଗ ସାଥି

ପତ୍ନୀ

ପୁତ୍ର କନ୍ୟା

ଆଉ ଶେଷରେ

ନାତି ନାତୁଣୀର

ଅଧୀନରେ ରହି

ନିଜକୁ କହିଲି

ମୁଁ ପରାଧୀନ

ହଜି ଯାଇଛି

ମୋ ସ୍ୱାଧୀନ I


ହେଲେ

ଭୁଲି ଯାଇଥିଲି

ମୋତେ ଦେଇଥିବା

ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା

ମୋ କଥା ମାନିବା

ସମ୍ମାନ ଦେବା

ହିଁ ଥିଲା

ମୋ ସ୍ୱାଧୀନତା

ମୋ ଉପରେ

ସମସ୍ତଙ୍କ ଅଧିକାର

ମୋ ସ୍ୱାଧୀନତା I



Rate this content
Log in

Similar oriya poem from Abstract