Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Children

3  

Rama chandra Pradhan

Children

ମୋ ପୁଅ ଧରୁଛି କଙ୍କି

ମୋ ପୁଅ ଧରୁଛି କଙ୍କି

1 min
236


ଯେତେ ବୁଝାଇଲେ ଜମା ବୁଝୁ ନାହିଁ 

ମୋ ପୁଅ ଧରୁଛି କଙ୍କି 

ଖରା ବେଳଟାରେ ଶୁଆଇ ଦେଉନି 

ସାଥେ ଥିଲେ ରିଙ୍କି ପିଙ୍କି l


ଲୁଚି ଛପି ସିଏ ଧରୁଥାଏ କଙ୍କି 

ନ ମାନି ଖରା କି' ତରା

ବାଡ଼ିଟେ ଧରି ସେ ପଛରେ ଗୋଡ଼ାଏ 

ବିଲେଇ ଦେଖିଲେ ପରା l


କଙ୍କିର ଗୋଡ଼କୁ ସୂତାରେ ବାନ୍ଧୁଛି 

ମାଚିସ୍ ଖୋଳରେ ରଖି 

ଘରେ ଚାଲୁଥିବା ଜନ୍ଦା ପିମ୍ପୁଡ଼ିକୁ 

ଗୋଡ଼ରେ ଦେଉଛି ମନ୍ଥି l


ରାତି ନ ପାହୁଣୁ କୁନା ମୁନା ସଙ୍ଗେ 

ଖେଳେଇ ସଢ଼େଇ ଖେଳ 

ସକାଳ ରୁ ସଞ୍ଜ ଛାଡ଼ି ସେ ପାରୁନି 

ତମୁ, ସୋମୁ ସାଥି ମେଳ l


ଟିକିଏ କଥାରେ ରାଗିରୁଷି ଯାଏ  

ଏଡିକି ବକଟେ ପିଲା 

ସାଙ୍ଗସାଥି ମେଳେ କଜିଆ ଲାଗି ସେ 

ଘରକୁ ଆଣେ ଝାମେଲା l


କଥା କଥାକେ ସେ ଜବାବ ଦେଉଛି 

ଶୁଣୁନି କାହାରି କଥା 

ନିରୋଳାରେ ବସି ଭାବିଲେ ତା' କଥା 

ହୁଅଇ ମୋ ମୁଣ୍ଡ ବ୍ୟଥା l


ଆମ ବାଡ଼ି ପଟେ ଦିନ ସାରା କାଟେ 

ଛୋଟ ସାଇକେଲ ଧରି 

ନୁଟୁରୁ ପୁଟୁରୁ କାମେ ଲାଗିଥାଏ 

ମୋ ନନାକୁ ସାଥି କରି l



Rate this content
Log in

Similar oriya poem from Children