STORYMIRROR

Kabiratna Nutan Kumar Behera

Abstract Romance Action

3  

Kabiratna Nutan Kumar Behera

Abstract Romance Action

ମୋ ପ୍ରିୟାର ପାଉଁଜି ଶବଦ

ମୋ ପ୍ରିୟାର ପାଉଁଜି ଶବଦ

1 min
185


ରୁଣୁଝୁଣୁ ମଧୁର ମୂର୍ଚ୍ଛନା 

କାନରେ ବାଜେ ମୋର

ହୃଦୟର ସ୍ପନ୍ଦନରେ ହୁଏ

ତାର ପ୍ରତିଧ୍ଵନି ବାରମ୍ବାର

ସେ ଶବଦ ମାଦକ ଭରା

ମନେ ମୋ ଅପାଶୋରା,

ଆସୁଛି କି ସେ ସାଜି

ଅଭିସାରିକାର ବେଶେ

ସାତ ରଙ୍ଗର ଇନ୍ଦ୍ରଧନୁ 

ଚହଟ ମୋ ମନ ଆକାଶେ 

କଥା ତାର ଭାବି ବସେ

ଏ ତ ନିଶ୍ଚିତେ ଭାବେ

ମୋ ପ୍ରିୟାର ପାଉଁଜି ଶବଦ

ଯା' ଲାଗେ ମୋତେ 

ସବୁଠୁ ନିଆରା

ଶୁଣି ହସି ଉଠେ ସୁନ୍ଦର ଧରା।

ଆସିଲେ ପ୍ରିୟା ମୋ ପାଶେ

ସୂରୁଜ ଉଇଁଲା ପରି

ବିଞ୍ଚି ଦିଏ ହସର ଆଲୁଅ

ବୁଣି ପ୍ରେମର ମୁରୁଜ

ଲାଗେ ସତେ ଜୀବନଟା

କେତେ ସରଳ ସହଜ

ଆଖିରୁ ହଜି ଯାଏ ତନ୍ଦ୍ରା,

ସପନରେ ହୁଏ ଆତ୍ମବିଭୋର

ଆଶାରେ ଫଗୁଣର ଉନ୍ମାଦନା

ଲାଗେ କୁସୁମିତ ପଥଟିଏ

ପାଇଗଲି ମୁଁ ପଥହରା

ମୋ ପ୍ରିୟାର ପାଉଁଜି ଶବଦ

ଯା' ଲାଗେ ମୋତେ

ସବୁଠୁ ନିଆରା।

ପ୍ରିୟା ମୋ ରୂପେଲି ଜହ୍ନଠୁ

ଆହୁରି ବେଶି ସୁନ୍ଦରୀ 

ରୂପ ଲାବଣ୍ୟ ତାର

କାହା ସାଥେ ପାରେନା ମୁଁ

ତୁଳନା କରି

ଉପମା ଅଳଙ୍କାର ଭରି

ସେ ତ ନିଜେ ଏକ

ମନଲୋଭା ଗହଣା

କଳ କଳ ନାଦେ

ନାଚି ଗାଇ ଆସେ

ସତରେ ସିଏ ପାହାଡ଼ି ଝରଣା

ବହି ଆସି ମୋ ଅଗଣା

ଦିଏ ମୋତେ

ବଞ୍ଚିବାର ଠିକଣା

ହୋଇ ମୋ ସହାରା,

କହିଯାଏ କେତେ ପ୍ରେମ ଗପ

ଭାବ ଭାଷାରେ ବର୍ଣ୍ଣନା କରି

ହସ ତା ଲହରୀ ଲହରୀ

ଲାଗେ ସତେ ଅବା

ମୁକୁତା କି ପଡୁଛି ଝରି

ତା ଚାହାଁଣିରେ ଲେଖା

ଅସରନ୍ତି ଜୀବନ କାହାଣୀ

ବୁଝିଯାଏ ମୁଁ ପାଇ ଇସାରା

ମୋ ପ୍ରିୟାର ପାଉଁଜି ଶବଦ

ଯା' ଲାଗେ ମୋତେ

ସବୁଠୁ ନିଆରା।

  




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract