STORYMIRROR

Binapani Tripathy

Romance

4  

Binapani Tripathy

Romance

ମୋ ପ୍ରିୟା ଓଢଣୀ

ମୋ ପ୍ରିୟା ଓଢଣୀ

1 min
406

ଟାଇଁ ଟାଇଁ ଖରା ଝାଇଁ ମାରୁଥିଲା 

ଖଇ ଫୁଟୁଥିଲା ମାଟି 

ଖର ଖର ବେଗେ ପ୍ରିୟା ଚାଲୁଥିଲା 

ଓଢଣୀରେ ମୁହଁ ଢାଙ୍କି 

ସାଧବ ବୋହୁଟେ ଡଗ ଡଗ ହୋଇ 

ଯାଉଥିଲା ଶାଶୁୁଘର

ଅଳ୍ପ ଅଳ୍ପ ଝୁଣ୍ଟି ଝୁଣ୍ଟି ।।


ଝିପି ଝିପି ବର୍ଷା ଦାଉ ସାଧିଲା କି 

ପ୍ରିୟା ଯାଉଥିଲା ଢଳି ଢଳି 

ଓଢଣୀ ଉହାଡେ ଓଦା ଓଦା ଦେହ 

ମାନେନା ମନା କାଂଚୁଲି 

ଲାଜେ ଜର ଜର ସରମୀ ଲତା ମୋ 

ଝଟକରେ ଝାଉଁଳିିଲା 

କା' ଚାହାଣୀ ଦେଲାରେ ଜାଳି  ।।


ଆହାରେ ପବନ କଲୁ କି ଜୁଲମ 

ଉଡେଇ ନେଲୁ ଓଢଣୀ 

ଉଡି ଯାଉଥିଲେ ପ୍ରଜାପତି ଦଳେ 

ଫୁଲଠୁଁ ସପନ କିଣି 

ହରିଣୀଟେ ପ୍ରାୟ ଫୁଲେଇ ପ୍ରିୟା ମୋ

ତୋ ପଛେ ପଛେ ଧାଉଁଥିଲା 

ଦୋଳି ଖେଳୁଥିଲେ ଦୁଷ୍ଟ ବେଣୀ ।।


ହଇରେ ବସନ୍ତ ! ପଠେଇ ଦେଲୁକି 

ତା' ନାଁ ରେ ବଉଳ ପାଟ 

ପାଲିଙ୍କି ସବାରି ଯାଏ ଝୁଲି ଝୁଲି 

ମୁଣ୍ଡରେ ଦୋଳମୁକୁଟ 

ନାଲିଆ ଓଢଣୀ ହାତେ ଲମ୍ବା ଟାଣି 

ନଇଁ ନଇଁ କଇଁ କଇଁ 

ମୋ ପ୍ରିୟା ଚାଲି ଗଲା ଭାଙ୍ଗି ବାଟ ।।


ମାଘମାସ ଜାଡ ଭାଙ୍ଗି ଦିଏ ହାଡ 

ଦାନ୍ତ ବାଜେ ଖଟ ମଟ 

ମଶାଣୀ ଶେଯରେ ଫୁଙ୍ଗୁଳା ଦେହଟା 

ଶୀତରେ କି ଛଟପଟ 

କିଏ ଆଣି ଦିଅନ୍ତା ନି !,

ମୋ ପ୍ରିୟା ଠୁଁ ଓଢଣୀ 

କାଟନ୍ତି ଏସନ ଶୀତରେ 

କାଟନ୍ତି ଏସନ ଶୀତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Binapani Tripathy

Similar oriya poem from Romance