STORYMIRROR

Amarananda Nayak

Classics Inspirational

3  

Amarananda Nayak

Classics Inspirational

ମୋ ପ୍ରିୟ ଉତ୍କଳ ଭୂଇଁ।

ମୋ ପ୍ରିୟ ଉତ୍କଳ ଭୂଇଁ।

1 min
160



ମୋ ଜନମ ମାଟି, ଉତ୍କଳ ଯା, ର ନାଆଁ ଟି।

ଭୂଗୋଳ, ପୋଥି, ଇତିହାସ ରେ ଉଜ୍ଜ୍ବଳ କିର୍ତ୍ତୀ। 

ମହୋଦଧି ଯା'ର ପାଦ ନୁପୁର, କୋଣାର୍କ ଗଳା ହାର। 

ମଥା ମଣି ଯା'ର ଶୀରିକ୍ଷେତ୍ର,

ଚିଲିକା ଆଖି  କଳାଟି। 

ଇତିହାସୁ ଉଠି କହେ ବାରବାଟୀ,

ଅତୀତ କିରତୀ କଥା। 

ଏ ମାଟି ପରଶ ପାଇ ଅଶୋକ ଲାଜରେ 

ପୋତିଲେ ମଥା। 

    ମଧୁର ଭାଷା, ମଧୁର ନାମ। 

    ସୁନ୍ଦର ଭୂଷା, ସୁନ୍ଦର ଧାମ। 

     ହ୍ରୁଦୟ ସୁଧା, ମଧୁର ପ୍ରାଣ। 

     ଧରମ ମାନବ ସେବା ଟି। 

ମୁଠାଏ ମାଟି କୁ ଚିପୁଡ଼ି ଦେଲେ

ଝର ଝର ବହେ ଲହୁ। 

ଗୋଟିଏ ମା ର ସନ୍ତାନ ଆମେ, 

ସାନ ବଡ କେହି ନୁହଁ। 


ସାହିତ୍ୟ ଯା'ର ବିଶ୍ବ ବିଦିତ, 

ଉଚ୍ଚ ସଂସ୍କୃତି ଚିର ବନ୍ଦିତ।

ଜୀବନ ଗୀତ ହୁଏ ଝଂକୃତ। 

ମାଟି ରୁ ଶୁଭେ ପ୍ରଣବ

ସଂଗୀତ। 

ସେ ସଂଗୀତରୁ ଶୁଭେ ଜୀବନ ର ଗୀତ। 

    କେହି ନୁହଁ ପର ଏଠି ସବୁ ତ ନିଜର। 

ବଡ ନୁହଁ ଧନଜନ, ପ୍ରେମ ଚିରନ୍ତନ। 

ସତ୍ଯ, ଶିବ, ସୁନ୍ଦର ଅମର ଅଜର।

ମା'ର ମମତା ଆଉ ମାଟି ର ପରଶ।

ଅନେକ ବିଭେଦ ପୁଣି ଏକତା ମନ୍ତର। 

ସେ ମନ୍ତର ଉଚ୍ଚାରଣେ ବନ୍ଦନା ମାଟି ର। 


ନନ୍ଦିଘୋଷ ରଥେ କପିର କେତନ। 

ପାତକ ନାଶ ଇ ଦେଇଣ ଦର୍ଶନ। 

ଜାତିପ୍ରେମର ବହ୍ନି ଜାଳି ଲେ ଉତ୍କଳ ମଣୀ। 

ଭାଷା ପାଇଁ ଲଢି ଟେକ ରଖି ଗଲେ ମହାମାନ୍ଯ। 

କେତେ ବୀର ଚିତାରେ ଶୋଇ ଲେ ଉତ୍କଳ

ମା'ର ସେବା ପାଇଁ। 

ପରାଣ ବିକଳେ ଅରାତି ଫେରିଲେ, 

ବୀର ମାଟି ଛୁଇଁ। 

ଦୁଇ ମା' ମୋ ର ନାମ ଯେ ଦୁଇ ଟି, 

ଜନମଦାୟିନୀ ଆନ ଜଣେ ମାଟି। 

ପ୍ରଣତି ଜଣାଏ ଚରଣେ ଆଶୀଷ, 

ଦିଅ ଗୋ ମା' ମାଟି। 

              


Rate this content
Log in

Similar oriya poem from Classics