STORYMIRROR

Sasmita Mohapatra

Inspirational

3  

Sasmita Mohapatra

Inspirational

ମୋ ପ୍ରିୟ କଲମ

ମୋ ପ୍ରିୟ କଲମ

1 min
391


"ଦାସ"ଟିଏ ତୁମେ ହେ ମୋ ପ୍ରିୟ କଲମ ବିଶ୍ବସ୍ତ ଆପଣାର

ଥକି ଯାଇଛି ମୁଁ ଥକିନ ତୁମେ ତ କେବେ ମୋର ସହଚର(୧)


ସୁଖରେ ହୋଇନ ଅସ୍ଥିର ତୁମେ ତ ଦୁଃଖରେ ବି ବିଚଳିତ

ସ୍ମିତହାସ୍ୟ ସ୍ୟାହି ହୃଦୟରେ ଭରି ଚାଲି ଅଛ ଅବିରତ(୨)


ଶବ୍ଦହୀନ ମୋର ଓଠର ଭିତରୁ ଟାଣିଆଣି କେତେ କଥା

ଅସଜଡା ସବୁ ସଜାଡି ଦେଇଛ ମନୁ ପୋଛି ଦେଇ ବ୍ୟଥା(୩)


କେବେ ଦୁଖିରଙ୍କି,ଶୋଷିତ ପାଇଁକି ଚାଲିଅଛ ଚରଚର୍

ଗ୍ରାମ, ଗଳିକନ୍ଦି,ଅମଡା ଇଲାକେ ପଠାଇଛ ବାର୍ତ୍ତା ମୋର(୪)


ଇତିହାସ ଆଜି ଗର୍ବିତ ହୋଇଛି ତୁମରି ସ୍ବାକ୍ଷର ନେଇ

ନରରାକ୍ଷାସର ନରସଂହାରକୁ ଅକ୍ଷରେ ଯାଇଛ କହି(୫)


ବହୁତ ନୃପତି ରଚିଗଲେ କୀର୍ତ୍ତି ତୁମେ ତାଙ୍କୁ ବଞ୍ଚାଇଛ

କ୍ରାନ୍ତିକାରୀ କାଣ୍ଡ ଶୋଣିତ ଲିପିରେ ଦୁନିଆକୁ ଦେଖାଇଛ(୬)


ତୀକ୍ଷଣ ମୁନ ତବ ରୋକିନି ଥରେଦେଖି କେବେ ନାଲି ଆଖି

ଯେବେ ବି ଡ଼ରିଛ ଦୃଢତାରେ ତୁମେ କାହାଣୀ ଦେଇଛ ଲେଖି(୭)


କାଳ ତ ଗଡିଛି ଯୁଗ ତ ବିତିଛି ରହିଅଛି ତୁମ ଚିହ୍ନ

ଗରୀବ ଠୁ ଧନୀ ସମସ୍ତଙ୍କ ପାଖେ ତୁମେ ଅଟ ମୂଲ୍ୟବାନ(୮)


ମିଥ୍ୟାରେ ଯେବେ ବି ଚାଲିଅଛ ତୁମେ ବାଣ୍ଟିଅଛ ଖାଲି ଦୁଃଖ

ଛଳନାର ଦ୍ବାର ଖୋଲି କି ଆସିଛ ସତ୍ୟରେ ଦେଇଛ ସୁଖ(୯)


ହାତ ମୋ ଚାଲିନି କାଗଜ ବକ୍ଷରେ ଛାଡିନ କେବେ ବି ପାଖ

ମୋ ସଙ୍ଗେ ଭ୍ରମିଛ ଦପ୍ତରଠୁ ଘର ଦେଶ ଠୁ ବିଦେଶ ଯାକ(୧୦)


ତୁମ ଶରୀରରେ କେତେ ଯେ ଶକତି ନାହିଁ ଏତେ କରବାଳେ

ତୁମେ ଚାଲିଥାଅ ସତ୍ୟର ପଥପରେ ବାସ୍ତବତାର ଧାରେ(୧୧)


ସାରା ସଂସାରର ଆତ୍ମାର ରାଇଜେ ତୁମରି ଶାସକ ଚାଲେ

ମନ କାଗଜର ଭାବନା ସ୍ୟାହିରେ ଲେଖୁଥିବି କାଳେ କାଳେ(୧୨)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational