ମୋ ପିଲାଦିନ
ମୋ ପିଲାଦିନ
ମୋ ହୃଦୟକୁ ଏମିତି କେବେକେବେ
ଅସ୍ପଷ୍ଟ ସ୍ମୃତି ଯନ୍ତ୍ରଣା ଦେଉଥିଲା ।
ବର୍ତ୍ତମାନ ତ ମୋର ଜୀବନ ଜୀବିକା
ଠିକ୍ ଠାକ୍ ଚ଼ଳିଯାଉଛି
ପିଲାଦିନ ତ ବେଢ଼ଙ୍ଗ ରେ ବିତିଗଲା ।
ଅଳ୍ପ ଧନ, ସ୍ବଳ୍ପ ଇଚ୍ଛା, ଘୋର ଅଭାବରେ
ହାତର ଅଙ୍କା ବଙ୍କା ଗାର ଗଣୁଗଣୁ
କେତେବେଳେ ଚ଼ପଳାମି ଯାଇ
ମନ ପରିପକ୍ବ ହୋଇ ଯାଇଥିଲା ।
ଦିନେ ମାଆ ର ପଣତରେ ମୁହଁ ପୋଛୁ ପୋଛୁ
କୁତୁରା ଶାଢ଼ୀର ରୁଆଁ ମୋ ଗାଲରେ
ବୋଳି ହୋଇ ଯାଇଥିଲା ।
ତେବେ ମୋ ପ୍ରତିଟି ସ୍ପନ୍ଦନର ଧ୍ୱନି
ଭବିଷ୍ୟତର ଅଭାବକୁ ଅଣ୍ଡାଳି ପକେଇଥିଲା
ଅଭାବ, ଅଭିଯୋଗ ଶୁନ୍ୟ ଭବିଷ୍ୟତ ପାଇଁ
ଅଣ୍ଟା ଭିଡ଼ି କେବଳ ଆଗେଇ ଚ଼ାଲିଥିଲା ।
ଘର ଚଳଣି ବହୁତ ଫରମାସ
ଫରିଆଦ ରେ ଭରି ରହିଥିଲା
ମୁଁ ନୂଆଁ ସାଲଓ୍ବାର ପିନ୍ଧି ବୁଲିଲା ବେଳେ
ଦେଖିଥିଲି ଦିନେ ବାପାଙ୍କ ଛିଣ୍ଡାପ୍ୟାଣ୍ଟରେ
ଦୁଇ ଚାରିଟା ପେଚ୍ ପଡ଼ିଥିଲା ।
କେମିତି କହିବି ମୁଁ ଏବେ ସ୍ବଚ୍ଛଳ,ମୁଁ ସଂପୂର୍ଣ
ପିଲାଦିନ ତ ଅଭାବ ଅଭାବ
କେବଳ ଅଭାବରେ ହିଁ ବିତିଗଲା ।