STORYMIRROR

Prahallad Sahoo

Inspirational Children

4.0  

Prahallad Sahoo

Inspirational Children

ମୋ ପିଲାଦିନ

ମୋ ପିଲାଦିନ

2 mins
201


ଅପାସୋରା ସେହି ପିଲାଦିନ ଯେତେ ଲେଖିଲେ ବି ସରେ ନାହିଁ ସେ ଅଥଳ ସାଗର ତଳର ଛୁପି ରହିଥିବା ଅଙ୍ଗେ ନିଭେଇବା କାହାଣୀ ।

ସକାଳୁ ସକାଳୁ ଉଠିପଡି ନଦୀକୁ ଧାଉଁଥିଲୁ । ନଦୀ ପଠାରେ ମଳ ମୂତ୍ର ସାରି ଲଟା ଗହଳରୁ କରଞ୍ଜ, ନିମ୍ବ, ସାହାଡା, ବେଗୁନିଆ ଛଡି ଭାଙ୍ଗି ଦାନ୍ତ ଘସୁଥିଲୁ । କେବେ କେବେ ଗୋବରି ଘସି ପାଉଁସକୁ ବି ଦନ୍ତମଞନ କରୁଥିଲୁ । 


ଘରକୁ ଫେରି ମୁଢି, ଚୁଡା, ଖଇ ସଙ୍ଗେ ଚା ପିଇସାରି ମାଟି ସିଲଟ ସହିତ ଫୁଲ ଖଡି ଧରି ଟିଉସନ କ୍ଲାସରେ ବସିଯାଉଥିଲୁ । ଟିଉସନରେ ବେଳେବେଳେ ଧୁମ ପିଟା ହୁଏ । ପଣକିଆ ଡାକିଲା ବେଳେ ଗୁରୁଜୀ ବହୁତ ଧ୍ଯାନ ସହିତ ନଜର ରଖନ୍ତି । ଯାହାର ଗୋଟିଏ ଭୁଲ ହୁଏ ତାହାର ସେଦିନ ନିସ୍ତାର ନାହିଁ । ୯ଟା ସୁଦ୍ଧା ପଢାପଢି ସାରି ବାହାରି ପଡୁ ଗାଧୋଇବା ପାଇଁ ନଦୀକୁ । 


ସୋରିଷ/ ନଡିଆ/ ବାଦାମ/ ରାଶି ତେଲ ମୁଣ୍ଡରେ ଲଗେଇ ନଦୀକୁ ଦୌଡୁଥିଲୁ ଗାଧୋଇବା ପାଇଁ । ସାଳନ୍ଦୀ ନଦୀକୁ ଶତ ଧନ୍ୟବାଦ ଯିଏ ଆମର ସବୁ ଅଳି ଅର୍ଦ୍ଦଳି ସହି ଦିନେ ବି ମନା କରିନାହିଁ ଯେ ତା କୁଳକୁ ଯିବାପାଇଁ, ଅର୍ଥାତ କେବେ ସେ ସୁଖି ଯାଇନାହିଁ । ସେ ସଦା ଚଳ ଚଞ୍ଚଳ, ପୂର୍ଣ୍ଣ ଗର୍ଭା, ପୂର୍ଣତୋୟା, ସ୍ରୋତସ୍ବିନୀ । ତାରି କୋଳେ ଆମେ ଖେଳି କୁଦି ପିଲାଦିନ ବିତେଇଛୁ । 


 ଶନିବାର ଦିନ ସକାଳିଆ ସ୍କୁଲ ହୁଏ । କି ଖରା କି ବର୍ଷା ସବ

ୁଦିନେ ପ୍ରାୟ ସକାଳୁ କଂସାଏ ପଖାଳ ଖାଇ ସ୍କୁଲ ଚାଲି ଯାଉ । କିଛି ଫରକ ପଡେନାହିଁ । ଯେମିତି ହେଉ ସ୍କୁଲ ଚାଲିଯାଉ । ସ୍କୁଲରୁ ଫେରି ବହି ବସ୍ତାନି ଫିଙ୍ଗି ଦେଇ ନଦୀ କୂଳରେ ହାଜର । ଘଣ୍ଟେ ଦୁଇଘଣ୍ଟା ପାଣିରେ ବୁଡି ବୁଡି ଯେପର୍ଯ୍ୟନ୍ତ ସଫେଦ ନପଡିଯାଉ ନଦୀରୁ ବାହାରୁ ନାହିଁ । ପାଣିରେ କେତେ ପ୍ରକାରର ଖେଳ ଖେଳିଥାଉଁ । ପାଣି ଭିତରେ ବୁଡି ବୁଡି ନଦୀ ଆର ପାଖକୁ ଚାଲିଯାଉ । ଉପର ମୁଣ୍ଡ ତୁଠରେ ଥିବା ସାଙ୍ଗମାନଙ୍କ ସହିତ ଖେଳୁ । ପାଣି ଭିତରେ ପଥରକୁ ପଥର ବାଡେଇ ଶବ୍ଦ ପ୍ରତିଧ୍ବନିତ ହେବାର ଶୁଣୁ । ବହୁତ ମଜା ଲାଗା ।


ରବିବାରର ଇତିହାସ ନିଆରା । ଶନିବାର ଦିନ ପ୍ଲାନ ତିଆରି ହୋଇଯାଇଥାଏ ରବିବାର ପାଇଁ । କିଏ କେଉଁଠି ମିଳିବେ । ହାଫପ୍ୟାଣ୍ଟ, ଗଞି ସାଙ୍ଗକୁ ଗାମୁଛା ଖଣ୍ଡେ ଅଣ୍ଟାରେ ବନ୍ଧା ହୋଇଥାଏ । ଏ ଗଛରୁ ସେ ଗଛକୁ ଡେଇଁ ଡେଇଁ କାଉ କାଠି ଖେଳ ଖେଳୁ । ଗଛ ଅଗକୁ ଚଢି ପେଡା, ଜାମକୋଳି, ଲେମ୍ବୁ, କରମଙ୍ଗା ଇତ୍ୟାଦି ତୋଳିବାରେ ଅନେକ ମଜା ଆସେ । ଇଆ ତା ବାଡିରେ ପଶି ଆମ୍ବ, ବରକୋଳି, କଇଥ, ବେଲ ଚୋରିକରିବାରେ ଆଉ ଏକ ମଜା ଥାଏ । ସେତେବେଳେ କାହା ମୁହଁରୁ ଗାଳି ଶୁଣିବାରେ ବାଧେ ନାହିଁ । କେହି ଯଦି ଦି'ଚାପୁଡ ବଜେଇ ଦିଏ ବି ଚଳିଯାଏ । ଘରେ ନକହି ଚୁପଚାପ ରହିଯାଉ ପୁଣି ବେଳକାଳ ଦେଖି ତା ବାଡିରୁ ଚିନା ବାଦାମ, ପିଆଜ ସାଇଁ, ବିଲାତି, କାକୁଡି ଉଠେଇନେଉ । ଏସବୁ ପଛରେ ଚୋରି କରିବା ପ୍ରବୃତ୍ତି ନଥାଏ, ଅନ୍ଯକୁ ହରକତ କରି ମଜା ଦେଖିବାରେ ଆନନ୍ଦ ମିଳେ । ଚପଳମତି ବୟସ, ସବୁକିଛି ଚପଳତାର ସହିତ ଘଟିଯାଏ ।

 


Rate this content
Log in

Similar oriya poem from Inspirational