ମୋ ପାଠ ବହି
ମୋ ପାଠ ବହି
ରଙ୍ଗ ବେରଙ୍ଗର ଚିତ୍ର
ଧରିଛି ତା ବୁକେ
ସୁନ୍ଦର ମଲାଟ ଟିଏ
ଆବୋରି ପାଖକୁ ଡାକେ l
ମନଲୋଭା ତାର ରୂପକାନ୍ତି
କରିଛି ମୋତେ ବାଇ
ପରମ ଆନନ୍ଦ ଲଭେ
ହାତେଥିଲେ ପାଠ ବହି l
ପରିରାଇଜକୁ ନେଇଯାଏ କେବେ
ବନ ମଧ୍ୟେ ବୁଲୁଥାଏ
ପୁଣି ଭାସୁଥାଏ ସାଗରେ
ଖେଳୁଥାଏ ତାର ନୀରେ l
ଭଲ ମଣିଷଟେ ହେବାପାଇଁ
ଶିକ୍ଷା ମୋତେ ଦେଇଥାଏ
ବୁଝାଏ ଜୀବନ ଜୀବିକା
ମହାନ ସଂସ୍କୃତିକୁ ଚିହ୍ନlଏ ।
ଭାଷା ଠାରୁ ବିଜ୍ଞାନ
ଗଣିତ ଦିଏ ଶିଖାଇ
ଅଜ୍ଞାନତା ନାସେ ଯିଏ
ତାପରି ବନ୍ଧୁ କାହିଁ l
ମନରେ ଜଗାଏ ଭାବନା
ଧର୍ମୀୟ ଚେତନା ପାଇଁ
ପୌରାଣିକ ଗାଥା କହି
ଆଧ୍ୟାତ୍ମିକତା ପ୍ରାଣେ ଭରଇ l
