STORYMIRROR

ସୁମନ୍ତ ବେହେରା

Romance

4  

ସୁମନ୍ତ ବେହେରା

Romance

ମୋ ମନ ମୟୂରୀ

ମୋ ମନ ମୟୂରୀ

1 min
251

ମୋ ମନ ମୟୂରୀ ହୃଦୟର ରାଣୀ 

   ଆଖିରେ ଦେଉଛି ହାଣି 

କ୍ଷଣିକ ସମୟେ ମୋହିନୀ ବେଶରେ

   ମୋ ମନ ନେଉଛି ଟାଣି ।


ଗୋରା ଦେହେ ତା'ର ନୀଳ ରଙ୍ଗ ଶାଢ଼ୀ

   ଆହାଃ କି ସୁନ୍ଦର ସତେ !

ଉନ୍ମାଦିତ ତା'ର ସେହି ରୂପକାନ୍ତି

   ଆକର୍ଷିତ କରେ ମୋତେ

ଭାରି ଭଲ ଲାଗେ କୋମଳ କଣ୍ଠର 

   ମଧୁର ତାହାର ବାଣୀ 

ମୋ ମନ ମୟୂରୀ ହୃଦୟର ରାଣୀ 

   ଆଖିରେ ଦେଉଛି ହାଣି ।


ଗୋରା ଗୋରା ଗାଲ ମସୃଣ ଚିବୁକ

   ରକ୍ତିମ ଅଧରେ ସିଏ 

ଆଖି ଠାର ମାରି ସୁଢଳ ନୟନେ

   ପ୍ରେମର ବାରତା ଦିଏ ।


ଦେଖିଦେଲେ ମୋତେ ହସି ଦିଏ ସିଏ

    ମୋ ମନେ ଖେଳଇ ଖୁସି 

ପାଖକୁ ଆସି ସେ ଦୁଃଖ ସୁଖ ତା'ର

      କହିଯାଉଥାଏ ହସି 

ସମର୍ପଣ ଭାବେ ତା' ପ୍ରେମରେ ମୋତେ

   ଭିଜାଇ ଦେଇ ସେ ପୁଣି 

କ୍ଷଣିକ ସମୟେ ମୋହିନୀ ବେଶରେ

   ମୋ ମନ ନେଉଛି ଟାଣି ।


ଶୟନେ ସ୍ବପନେ ଅବା ଜାଗରଣେ

   ଦେଖେ ମୁଁ ତା' ପ୍ରତିଛବି 

ଦିବ୍ୟ ଅନୁଭବ କରେ ମୁଁ ପ୍ରେମର

    ତାହାରି କଥାକୁ ଭାବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance