ମୋ ମନ ମନ୍ଦିରେ ତୁମେ ତ ଦେବୀ
ମୋ ମନ ମନ୍ଦିରେ ତୁମେ ତ ଦେବୀ
ଦୁନିଆ ଦେଖାଇ ଚଲାଇ ଶିଖାଇ
ଦୃଢେ ଠିଆ କଲ ମୁଁ ଅନୁଭବୀ
ଆଶିଷର ହାତ ଥିବାରୁ ମଥାରେ
ମୋ ମନ ମନ୍ଦିରେ ତୁମେ ତ ଦେବୀ ।
ଜୀବନ ଆଶରା ସୁଖର ପସରା
ମେଲାଇ ଦେଇଛ ଶିକ୍ଷା ସଂସ୍କାରେ
ତୁମ ପାଦେ ଲୟ ରଖି ଅହରହ
ଆଗେଇ ଚାଲିବି ଲକ୍ଷ୍ୟ ପଥରେ ।
ଜୀବନ୍ତ ଦେବୀଟେ ତୁମେ ମୋ ପାଇଁ
ଭକତି ଚନ୍ଦନ ବୋଳି ମଥାରେ
ବାଧାବିଘ୍ନ ସରହଦକୁ ଡେଇଁ ମୁଁ
କରମ ଯୁଦ୍ଧରେ କେବେ ନ ହାରେ ।
ପାଷାଣ ଦେବୀଙ୍କି ମନ ସମରପି
ପାଇବି କି ତୁମ ଶୀତଳ ପ୍ପର୍ଶ
ତୁମେ ହିଁ ଅମୃତ ପ୍ରଦାୟିନୀ ମାଆ
ଫୁଟାଇଛ ମୋର ମୁଖରେ ହସ ।
ଯେତେ ବି କର୍ତ୍ତବ୍ୟ କଲେ ତୁମ ପାଇଁ
ସମୁଦ୍ରକୁ ଶଙ୍ଖେ ଭାବେ ମନରେ
ସୁଝି ପାରିବିନି ତୁମ ଋଣ କେବେ
ଋଣୀଟିଏ ମୋ ଜୀବନ କାଳରେ ।
ଯେଉଁଠି ବି ଥାଏ ତୁମ ସାଥେ ରହେ
ହୃଦୟ ଭିତରେ ପ୍ରତି ମୁହୂର୍ତ୍ତ
ସେଥରେ ତୁମର ଆସ୍ଥାନଟେ ଥାପି
ପୂଜା କରୁଥାଏ ଅନବରତ ।
ଚରଣ ଦ୍ବୟରେ କୋଟି ପ୍ରଣିପାତ
ଜଣାଇ ବାହି ମୁଁ କରମ ନାଆ
ବିଜୟର ଟୀକା ପିନ୍ଧୁଥାଏ ନିତି
ଏହି ଆଶୀର୍ବାଦ ଥାଉ ହେ ମାଆ ।
