STORYMIRROR

Abhakanta None

Tragedy

2  

Abhakanta None

Tragedy

ମୋ ମ୍ଳାନ ମୁହୂର୍ତ୍ତର ମୂଲ୍ୟାଙ୍କନ

ମୋ ମ୍ଳାନ ମୁହୂର୍ତ୍ତର ମୂଲ୍ୟାଙ୍କନ

1 min
13.5K


( ୰ସହଧର୍ମିଣୀର ଏକାଦଶ ଦିବସରେ )

{୨୫-୫-୨୦୧୨ ଗାଁ ବଡିଭୋର୍ }

ତୁମେ ଥକି ଶୋଇଗଲ ନିଶ୍ଚିନ୍ତରେ

ମୁଁତ ଏବେବି ବାଟୋଇ ଅନିଶ୍ଚିନ୍ତେ

ପ୍ରୌଢେ ସାଥିହରା ହୃଦ ଅକୁହା ଗୋ

ବାଧ୍ୟେ ଡୁବେ ହୃଦ ଚିନ୍ତା ଅନ୍ତସ୍ରୋତେ -୦-

କାଲି ବା ବାଣ୍ଟୁଥିଲି ଯେଉଁ ହୃଦ କଥା ଆଉ ବାଣ୍ଟିବି କା' ସାଥେ କୁହ ସାଥି

ପ୍ରତିପଦେ ବି ଉଠିବ ଚିନ୍ତା ଢେଉ ଏକା ପିଇବାକୁ ହେବ ଲୁହ ମୋତି

ବୟସରେ ବାଧ୍ୟେ ବନ୍ଦୀ ବ୍ୟାକୁଳତା

ବିଛି ବିବିଧେ ବି ବଞ୍ଚୁ ବିଧିମତେ -୧-

ମୋତେ ଅପେକ୍ଷିବ ସାଥି ସେଇପୁରେ ଫେରିବାକୁ ତ ପଡିବ ମୋତେ ଦିନେ

ବାକି ଆୟୁଷର ବ୍ୟବିଚ୍ଛେଦ ଲିପି ଲେଖୁ ଲେଖନୀ ଟା ଦହଗଞ୍ଜ ତାନେ

ତୁମ ସ୍ମୃତି ହେଜି ହେଜି ସଜନୀ ଗୋ

ଲୁହେ ଭିଜାଇବି ବାକି ମୋ ଏକାନ୍ତେ -୨-


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy