STORYMIRROR

Baijayantimala Rout

Abstract

3  

Baijayantimala Rout

Abstract

ମୋ ମାଆ

ମୋ ମାଆ

1 min
12.4K

ହାତ ଧରି ତୋର ଚାଲି ଶାଖିଥିଲି

ଝୁଣ୍ଟିବାକୁ ଦେଇନାହୁଁ ,

ଜୀବନର ଏଇ ଅଙ୍କା ବଙ୍କା ରାସ୍ତା 

ହାତ କେବେ ଛାଡିନାହୁଁ ,

ପଡିଗଲେ ମୁହିଁ କଷ୍ଟ ହୁଏ ତୋତେ 

ପଣତରେ ଝାଡି ଦେଉ ,

ମୋ ଆଖିରୁ ଯେବେ ଝରିଯାଏ ଲୁହ

ତୋ ଆଖିରୁ ଝରେ ଲହୁ ।

ତୋ ଡାକରେ ଯେଉଁ ମଧୁରତା ଥାଏ 

ଆନ କାହିଁ ମିଳେ ନାହିଁ ,

ମମତାର ସେଇ ମଧୁର ସ୍ପର୍ଶକୁ 

ମନ ନିତି ଝୁରୁଥାଇ ।

ସରଗ ତ ଅଛି ତୋ ପଣତ ତଳେ 

ତା ଠାରୁ ବଡ କେ ନାହିଁ ,

ନିଜ ସୁଖ ପାଇଁ କେବେ ଚିନ୍ତା ନାହିଁ 

ଜଳିଯାଉ ଅନ୍ଯ ପାଇଁ ।

ସୁଖ ପାଇଁ ମୋର ଲଢିଥାଉ ତୁହି

ଛାତିକୁ କରି ପଥର ,

ଦୁଃଖରେ ମୋହର ସାଥି ହେଇଥାଉ 

ନିଜ ଦୁଃଖ କରି ପର ।

ମନ ମୋର ଆଜି ଝୁରୁଛି ତୋ ପାଇଁ 

କେବେ ତୁ ଆସିବୁ ଫେରି ,

ତୋହରି କୋଳରେ ମଥା ରଖି ଥରେ 

ଶୋଇବି ମୁଁ ମନ ଭରି ।

କି ଲେଖିବି ଆଉ ତୋ ପାଇଁ ଜନନୀ 

ତୋ ପାଇଁ ଅଭାବ ଭାଷା ,

ଚିର ଦିନ ପାଇଁ ଭରସା ତୁ ମୋର 

ତୁ ମୋର ଜୀବନ ଆଶା ।



साहित्याला गुण द्या
लॉग इन

Similar oriya poem from Abstract