ମୋ ମା କୁ ଫେରାଇଦିଅହେତୁ ହେଲା ଦ
ମୋ ମା କୁ ଫେରାଇଦିଅହେତୁ ହେଲା ଦ
ହେତୁ ହେଲା ଦିନୁ
ଯା’ର ପଣତକାନି ଥିଲା ମୋର ବରାଭୟ ଆଶ୍ରୟ
ଯେ ଶିଖେଇଲା ଜୀବନକୁ ଭର୍ପୁର ଜୀଇଁବାର କଳା
ନିଜେ ମରି ଅନ୍ୟକୁ ମୁକ୍ତ କରିବାର ମାନସିକତା
ସ୍ୱାର୍ଥପର ସେବା- ସଦିଚ୍ଛାଭରା ସଂଦେଶସି ସଂପର୍କ
ସୁରମ୍ୟ କୋଣାର୍କର ମୃଣ୍ମୟୀ ମାୟା
ଦୂର ନୀଳ ଗଗନରେ ଅପସୃୟମାଣ ଜୋଛନା
ଝାଉଁବଣର ସାଂଦ୍ରତା ଓ ଆପେକ୍ଷିକ ଆସ୍ତରଣ
ମୋତେ ବନେଇଥିଲା ଫିନିକ୍
ଏବଂ ନିଜେ ବରିନେଲା ଇଚ୍ଛାମୃତ୍ୟୁ
ସେଇ ସ୍ନେହ, ମମତାର ମଧୁକ୍ଷରା ସୁରଭୀକୁ
ଏବେ ଫେରେଇଦିଅ ମୋତେ
ଦେବାକୁ ଅଂତସାରଶୂନ୍ୟ ବ୍ୟବସ୍ଥାକୁ ନୂତନ ଦିଗ୍ଦର୍ଶନ
ଦିଶାହୀନ ଯୋଜନାକୁ ପ୍ରଗତିଶୀଳ ଆଭିମୁଖ୍ୟ
ଓ ତ୍ବରିତ୍ କ୍ରିୟାନ୍ଵୟନ
ସେଇ ପାହାତି ତାରର ଫିକ୍ ଫିକ୍ ଆଲୁଅରେ
ମୋ ମା’ ଆସି ନେଇ ଯାଉ ମୋତେ
ହୀରାଖଡ ସାମ୍ରାଜ୍ୟର ସୁବର୍ଣ ଦ୍ବୀପକୁ
ବାରପାହାଡର ଗର୍ଭଗୃହକୁ ।