STORYMIRROR

Mr.GAGAN BIHARI NAYAK

Tragedy

3  

Mr.GAGAN BIHARI NAYAK

Tragedy

ମୋ ଲୁହରେ ତମେ

ମୋ ଲୁହରେ ତମେ

1 min
123


ତମ ସ୍ମୃତି ମନେ ପଡେ

ଭିଜା କାକର ସକାଳେ

ତମେ ନେଇଗଲ ସବୁ

ଦେଇଗଲ ମୋ ଆଖିରେ

ଲୁହ ଦି' ଧାରେ ।।


ତମେ ଆସିଥିଲ ଛପିଛପି

ସାଜି ଏକ ରଙ୍ଗ ପ୍ରଜାପତି

ତମ ରଙ୍ଗେ ରଙ୍ଗେଇଲି

ସଜେଇଲି ମୋ ଦେହଟିରେ

ଜହ୍ନରୁ ଜୋଛନା ମାଖି ।।


ହଜିଗଲି ସୋରିଷ କ୍ଷେତର

ସୁନାଝରା ବର୍ଣ୍ଣାଳୀରେ

ନିଜେ ହେବାକୁ ସୁନାଝିଅଟିଏ

ସମାଜର ଆଖି ଆଗେ

ପ୍ରତାରିକା ହେଲିଯେବେ

ଛୁଇଁଦେଲ ଦେହମୋର

ମୋ ସରଳତା ସୁଯୋଗରେ

ମୋ ଅନାବିଳ ବିଶ୍ବାସରେ ।।


ତୁମେ ଯାଯାବର ଜାଣି

ଅଯାଚିତେ ଦେଲି ମୁଁ ସର୍ବସ୍ବ

ତୃଷ୍ଣା ନିବାରିଲ ହେ ତୃଷାର୍ତ୍ତ

ନାରୀ ମାଟି ମାଠିଆଟେ ବୋଲି

ହେଲି ନିର୍ବାସିତ ମୁଁ ତମ ପାଇଁ

ଅଲୋଡା ଅସ୍ପୃଶ୍ଯ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy