STORYMIRROR

Gunanidhi Samal

Comedy

2  

Gunanidhi Samal

Comedy

ମୋ କଥା

ମୋ କଥା

1 min
11

ଛିଙ୍କିଦେଲି ବୋଲି ଶାଶୁ ଝିଅ ମୋର

    ବାପଘର ଗଲା ଚାଲି

ତାହାରି ସ୍ଥାନଟା    ପୂରଣ କରୁଛି

   ଏବେ ମୋର କାମବାଲୀ ।

ରୋଷେଇଶାଳ ଠୁ' ଘଷାମଜା ଯାଏ

    ସବୁ କାମକରେ ହସି

ବଳକା ସମୟ   ଟିଭି ଦେଖୁଥାଏ

    ମୋହରି ପାଖରେ ବସି ।

ଘରଣୀ ମୋହର  ଲେଉଟି ପାରୁନି

    ମିଳୁନାହିଁ ବୋଲି ଗାଡି

କାମବାଲୀ ଯିବା  ନାଆଁ ବି ଧରୁନି

    ଦେଖିକି ପୋଲିସ ବାଡ଼ି ।

କରୋନା ଭୟରେ  ବାହାରୁନି ମୁହିଁ

     ରହୁଛି କବାଟ କିଳି

ଯାହାକୁହ ଆଜ୍ଞା ଦୁଃଖରେ ସୁଖରେ

     ଏମିତି ଯାଉଛି ଚଳି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy