ମୋ ଜନ୍ମଭୂମି
ମୋ ଜନ୍ମଭୂମି
ଅତି ପ୍ରିୟ ମୋ ଜନ୍ମଭୂମି
ସିଏ ମୋ ବୃନ୍ଦାବନ
ଦୂରରେ ପାଖେ ଯେଉଁଠି ଥିଲେ
ସେଇଠି ଥାଏ ମନ ା
ପୁରୁବ ଦିଗେ ମୋ ବଡ ବନ୍ଧ
ପହିଲି କିରଣେ ହସେ
ପଶ୍ଚିମ ଦିଗେ ନିବୃତ୍ତି ଜୋର
ଗ୍ରୀଷମ ତାତି ନାଶେ ା
ଗଡ ଭିତରେ ପ୍ରଭୂ ଦେଉଳେ
ମୁରୁକି ମୁରୁକି ହସେ
ଜଗତ ନାଥ ବାହିଲେ କାତ
ସଂସାର ନାଆ ଚାଲେ ।
ମୋ ଗାଁ ର ଜଗା ମନ୍ଦିର
ମୋ ପାଇଁ ଶିରୀ ମନ୍ଦିର
ମନ ଚକ୍ଷୁ ରେ କରେ ଦର୍ଶନ
ଏଇଠୁ ଜୋଡି କର ।
ଦେଉଳ ବେଢା ,ଛୁଆ ଙ୍କ ମେଳା
ହ
ସ ,ଖୁସି ରେ ପୁରେ
ସଞ୍ଜ ,ସକାଳେ ,ଆଳତୀ କାଳେ
ଶୁଭେ ଶଙ୍ଖର ସୂରେ ।
ମୋ ଗାଆଁ ଧୁଳି ହୋଇଲେ ବୋଳି
ପବିତ୍ର ହୁଏ ପରାଣ
ଶରୀର ମୋର ବାସନା ତାର
ସତେକି ବାସ ଚନ୍ଦନ ।
ମାପ ରେ ସିନା ଦୁରେ ତୁ ମାଆ
ଜନମ ଭୁଇଁ ମୋର
ଝିଅ ଟେ ବୋଲି କରିଲୁ ପର
ହେଲେ ମନ ହୋଇନି ପର ।
ଜନମ ସେଠି ମରଣ ଏଠି
ଝିଅ ଙ୍କ ପାଇଁ ବିଧାନ
ଷଠୀ ସେଇଠି ,ଏଠି ପୁଆତୀ
ଏଠି ଅଛି ମୋ ଶ୍ମଶାନ ।