STORYMIRROR

pranati Mahapatra

Tragedy

4  

pranati Mahapatra

Tragedy

ମୋ ଜୀବନର ଖୋଲା ପୃଷ୍ଠା

ମୋ ଜୀବନର ଖୋଲା ପୃଷ୍ଠା

1 min
400


ମୋ ଜୀବନର ଖୋଲା ପୃଷ୍ଠା ସବୁ

ନ ଖୋଲିଲେ ବି ପଢିହୁଏ,

ନିଜ ଅଜାଣତେ କାହିଁକି କେଜାଣି

ସବୁବେଳେ ପଢୁଥାଏ।

କେତେ ସୁଖ ଖୁସି ଭରି ରହିଥିଲା

ଭାବେ ତାକୁ ବସି ଏବେ,

କେଣେ ଚାଲିଗଲା ରହି ରହି ଖୋଜେ

ମନ କାଉ ଭଳି ରାବେ।

ବଡି ଭୋରରୁ ଅଷ୍ଟମୀ ଦିନ 

ମାଆ ଡାକ ମାରୁଥାଏ,

ଚଞ୍ଚଳ ବିଛଣା ଛାଡ଼ି ଗାଧୋଇବା

ପାଇଁ ଖାଲି କହୁଥାଏ।

ଆଖି ମଳି ମଳି ଉଠିଲା ବେଳକୁ

ଏଣ୍ଡୁରି ପିଠାର ବାସ୍ନା ବାସେ,

ଧୂପଦୀପର ମହମହ ବାସ ଆସୁଥାଏ

ଆମ ଠାକୁରଙ୍କ ପାଶେ।

ମୋ ମାଆ ଆମ ଭାଇଭଉଣୀଙ୍କ 

ନୂଆଲୁଗା ପୂଜା କରେ,

ଗାଧୋଇ ପାଧୋଇ ଚନ୍ଦନ ଲଗାଇ

ଗୁରୁଗୁରୁଜନ ପ୍ରଣାମ ପରେ।

ପିଠାପଣା, ମିଠା ଫଳ ମୂଳ ଖାଇ

ସାହି ବୁଲୁ ସାଥି ମେଳେ,

ଭୁଲିଯାଉ ସବୁ ଦୁଃଖ ଓ ଯାତନା

ସେସବୁ କରିବା ବେଳେ।

ବାଲ୍ୟକାଳ ମୋର କେତେ ଦୁଃଖ ଥିଲା

ତଥାପି ଭାବିନି ସେଦିନ,

ଦେଇନାହିଁ ମାଆ ଭାବିବାକୁ କେବେ

ସବୁ କରଇ ପୂରଣ।

ଏବେ ସବୁ ଅଛି ଅଭାବ ବି ନାହିଁ

 ପଢେ କିନ୍ତୁ ସେହି ବହି,

ସେ ବହି ଅକ୍ଷର ମୋ ସ୍ମୃତି ସମୟ

ଖାଲି ତ ଚେତାଉ ଥାଇ।

ଅଛି ମୁଁ , ମାଆ ଭାଇ ଓ ଭଉଣୀ

ନାହିଁ ସେ ଅଭୁଲା ଦିନ,

ସେଦିନର ସେହି ପୁରୁଣା ବହିଟି

ପକେଇ ଦିଏ ମୋ ମନ।

ଆଜି ମୁଁ ପଢଇ ସେହି ପୁସ୍ତକର

କିଛି ଖୋଲା ପୃଷ୍ଠା ସବୁ,

ଧାରଧାର ବହେ ଆଖିରୁ ଲୋତକ

କରି ମୁଁ ନ ପାରେ କାବୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy