STORYMIRROR

Sasmita Mohapatra

Inspirational

4  

Sasmita Mohapatra

Inspirational

ମୋ ଜୀବନ ପଥେ

ମୋ ଜୀବନ ପଥେ

2 mins
46

 ଅନ୍ଧାରରୁ ଆଲୋକକୁ  

ଭୂମିରୁ ଭୂମାକୁ

ଜୀବନକୁ ଶିଖାଏ ଯେ

ଜୀବନର ଲକ୍ଷ୍ୟ...

ପରସେବା,ସ୍ୱାର୍ଥତ୍ୟାଗ

ସୁଖରେ ଟିକିଏ ଖୁସି

ଦୁଃଖରେ ଯା' କାନ୍ଦିଉଠେ

କୋମଳ ତା ବକ୍ଷ...,

 ସେହି ଗୁରୁ, ଆଚାର୍ଯ୍ୟ ସେ

 ଶ୍ରେଷ୍ଠ ସିଏ, ସେ ମୋ ଶିକ୍ଷକ,

ଭାଗ୍ୟ ଓ ଭବିଷ୍ୟ ଗଢନ୍ତି

ଉତ୍ତର ସେ ଜୀବନ ପ୍ରଶ୍ନର ।।


ସେ ମୋ"ବାପାମାଆ"ପ୍ରାଣ ମୋର

ମୋର ସେ ଆଦ୍ୟ ଶିକ୍ଷାଗୁରୁ,

ଚିହ୍ନେଇ ଅଛନ୍ତି ଯିଏ ମୋତେ

ଏଇ ଧରା,ଏଇ ଘର,    

ଏହି ପରିବାର, ଜହ୍ନ,ତାରା

ଏଇ ସେ ଈଶ୍ୱର ।।


ଦ୍ୱିତୀୟ ଗୁରୁ ମୋ "ଶିକ୍ଷାଦାତା

ବ୍ରହ୍ମା,ବିଷ୍ଣୁ, ମହେଶ୍ୱର

ଶୂନ୍ୟ ଠାରୁ ଅକ୍ଷର ପର୍ଯ୍ୟନ୍ତ

ସିଲଟ ଓ ଖଡି, ବହି ଓ ବସ୍ତାନି 

ସବୁ ମୁଁ ଜାଣିଲି, ସବୁ ସେ ଶିଖେଇ

କଲେ ମୋର ପରିଚୟ

ଅକ୍ଷର ପର୍ଯ୍ୟନ୍ତ ।।


ସେ "ସୂର୍ଯ୍ୟ" ଗୁରୁଦେବ ମୋର

ପର କିଏ ? କିଏ ଆପଣାର  

ଉଜ୍ଜ୍ୱଳ ଓ ଦୀପ୍ତିମନ୍ତ କିରଣରେ

ନୁହେଁ ସେ କୃପଣ, 

ସଭିଁଙ୍କୁ ସମାନ ଭାବେ

ବାଣ୍ଟନ୍ତି ପ୍ରଖର ।।


ସେ "ନଦୀ" ମୋର ଆଦର୍ଶ

ଶିଖାଇଛି ମୋତେ, ବିନା ବାଧାବିଘ୍ନେ

ହେବାକୁ ତ ଅଗ୍ରସର

ପଛକୁ ନ ଚାହିଁ ତିଳେ, ଅଗ୍ରଗତି ଗୁଣେ

ଅତିକ୍ରମି ଜୀବନ ରାସ୍ତାର ।।


ସେ "ବୃକ୍ଷ" ମୋ ଈଶ୍ୱର

ଆଦର୍ଶ ମୋ, ସାରା ସଂସାରର

ବାଣ୍ଟିଚାଲେ ଫଳ,ପୁଷ୍ପ,ଛାଇ

ଉତ୍ତାପକୁ ଶିରରେ ବହନ କରି

ଏକ ସ୍ଥାନେ ରହି, ଶିଖାଇଛି ସେହି

ଦେବାରେ ଆନନ୍ଦ ପାଏ

ସମଗ୍ର ଶରୀର ।।


ସେ "ପବନ" ଆରାଧ୍ୟ ମୋ

ଆଚାର୍ଯ୍ୟ ସେ ମୋର ।

ଶିଖାଇଛି ନାହିଁ ତୋର/ମୋର

ଅହରହ ଢାଳୁଥାଏ,ସମୀର ସେ

ଦ୍ୱିଧା ନାହିଁ, ଅନ୍ତରେ ତାହାର

 ସତେ ଅବା ଧର୍ମ ପଥେ

ବିଶ୍ୱାସେ ନିଃଶ୍ୱାସଟି ତା'ର ।।


ସେ "ମାଟି " ଅମୂଲ୍ୟ ତା ଦାନ

ଶିଖିଛି ସହିବା ଗୁଣ

ଯେତେ ତାଡ, ପିଟ, ମାର, ହାଣ

କର ଅତ୍ୟାଚାର

ପାଟି ତ ଫିଟାଏ ନାହିଁ

ସହିବାଟି ସାର, 

ତଥାପି ସେ ଦେଇଚାଲେ

ଖାଦ୍ୟର ଭଣ୍ଡାର ।।


ସେ "ଆକାଶ" ନମନ ଟି ମୋର

ଶିଖାଇଛି ମୋତେ

ଖୋଲା ହୃଦୟଟି ହୁଅ

ରଖ ନାହିଁ ଗୁପ୍ତ କିଛି

ଅନ୍ତରକୁ ଖାଲି ଖୋଲିଦିଅ ।।


 ସେ "ସାଗର " ମୋ ପାଇଁ ସେ ସାର

ଗୁରୁ ହୋଇ ଦେଇଛି ପ୍ରେରଣା,

ଏତେ ଗଭୀରତା ଥାଇ

ପ୍ରାଚୁର୍ଯ୍ୟର ଅଧିକାରୀ,

ଗରବଟି ଜାଣିନାହିଁ

କାହାର ସେ ରଖିନାହିଁ ଉଣା ।। 


ସେ "ଫୁଲ" ସୌନ୍ଦର୍ଯ୍ୟର ରାଣୀ ଫୁଟେ ସିନା ଝରିଯାଏ

ବିତରେ ମହକ

ସୁରଭିତ ତା' ସ୍ପର୍ଶେ ଧରଣୀ ।।


ସେ "ପାହାଡ଼" ଶିଖିଛି ତା ଠାରୁ

ଅଟଳ, ଅଚଳ ଗୁଣେ

ତା'ର ସରି କେହି ନାହିଁ,

ବିପଦେ, ସମ୍ପଦେ କେବେ

ଘୁଞ୍ଚି ଯାଏନାହିଁ ।।।


ସେ "ପିମ୍ପୁଡି" ଗୁରୁଟିଏ ମୋର

ଶିଖିଲି ସଞ୍ଚୟ ଗୁଣ

ଆବଶ୍ୟକ ବେଳେ ଦେବ

କାମ ଯେ ମହାନ ।।


"କୁଆ"କୁ ଗୁରୁ ତ ଭାବିଲି

ପରିବେଶ ପରିଷ୍କାରେ

ତା ଗୁଣକୁ ଶିଖି ଖୁସି ହେଲି ।।


ଗୁରୁ ବୋଲି "ବକ"କୁ ବାଛିଲି

ଏକାଗ୍ରତା ଗୁଣେ ପୁଣି

ମନ ବଳାଇଲି ।।


"କୁକୁର"ଠୁ ଶିଖିଲି ବିଶ୍ୱାସ

ଗୁରୁ ବୋଲି କରିଲି ପ୍ରକାଶ ।।


କାହାକୁ ମଣିଲି ନାହିଁ

ହୀନ ପୁଣି.....ପ୍ରକୃତି ମୋ

ଆଦ୍ୟ ଓ ଅନ୍ତିମ ଗୁରୁ।।

ଶିଖାଉଛି ପ୍ରତିକ୍ଷଣେ ମୋତେ

ତା'ର ଗୁଣ କର୍ମ, 

କର୍ତ୍ତବ୍ୟର ସାଥେ

ଗୁରୁ ମୋ ନମସ୍ୟ, ଋଣୀ ମୁଁ,

ମୋ ଜୀବନ ପଥେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational