ମୋ ଜାତି ମୋ ଭାଷା
ମୋ ଜାତି ମୋ ଭାଷା
କବି କହିଛନ୍ତି ଜ୍ଞାନୀରେ ଗଣିଲେ ଅଜ୍ଞାନୀ ରହିବେ କାହିଁ
ମାତୃଭୂମି ମାତୃଭାଷା ର ମମତା ଯାହୃଦେ ଜନମି ନାହିଁ
ଲୁପ୍ତ ହେବସିନା ଦେଶ ଯଶ ଭାଷା ୟେ ଯେବେ ହେବେ ଆଦୃତ
ଗୋଦର ଗୋଡ଼ରେ ମାଉଁସ ଲାଗିଲେ ଶୋଭା ମଣେ କି ଜଗତ ।।
ଅନ୍ଧାର ରାତିରେ ଚନ୍ଦ୍ରାଲୋକ ସିନା ଅନ୍ଧାର କୁ କରେ ଦୂର
ଚନ୍ଦ୍ରମା ନଥାଇ ଆଲୋକ କି ଦେବେ ୟେ ତାରକା ମାଳ ମାଳ
ତେମନ୍ତ ଯେ ଜନ ହୃଦୟେ ଉତ୍ପନ୍ନ “ମାତୃଭୂମି ମାତୃ ଭାଷା
ପ୍ରତି” ନାହିଁ ଯାର ମମତା ସେ କାହୁଁ ବୁଝିବ ଜାତୀୟ କଥା ।।
ମୋ ଦେଶ ଓଡ଼ିଶା ଓଡ଼ିଆ ମୋ ଭାଷା ବିଜୟ କେତନ ଉଡେ
ମୋ ଦେଶର କିର୍ତ୍ତି ଜଗତେ ବିଦିତ ଲିଖିତ ସ୍ଵର୍ଣ
୍ଣ ଅକ୍ଷରେ
ମୋ ଦେଶର କବି କଥାକାର ଆଉ ଶିଳ୍ପୀ କଳାକାର ମିଳି
ମୋ ଦେଶ ପାଇକ ପୁଅର ବୀରତ୍ଵ ଅରାତି ଦେଇଛି ଦଳି ।।
ଦେଶ ମାତୃକାର ସେବା ପାଇଁ ଆସ ପ୍ରାଣଦେବା ଅକାତରେ
ମାତୃଭାଷା ଆମ ଜାତୀୟ ଗରିମା ଟେକ ରଖିବା ସଂସାରେ
ଗୁଣି, ଜ୍ଞାନୀ ପଣେ ଗଣା ହୋଇ ଜଣେ ଜଗତ ହୀତ ସାଧନ
ପାଇଁ ୟେହି ପ୍ରାଣ ଉତ୍ସର୍ଗିକୃତ ରେ ହେଉ ତ ଜୀବନ ଧନ୍ୟ ।।
ମଧୁ, ଗୋପବନ୍ଧୁ, ସୁଭାଷ ଙ୍କ ଗାଥା ଜାତୀୟ ସ୍ରୋତର ନିର
ଏହି ପ୍ରାଣବିନ୍ଦୁ ମିଶି ସେହି ନିରେ ଝରୁ ମନ୍ଦାକିନୀ ଧାର
ସବୁରି ମୁହଁରେ ଆନନ୍ଦ ଉଲ୍ଲାସ ହସର ଫୁଆର ଖେଳୁ
ମୋ ଜାତି ମୋ ଭାଷା ସାରା ଜଗତରେ ଉନ୍ନତ ମଥା ତୋଳୁ ।।